ଦ୍ୱନ୍ଦ୍ୱ ଦୂର ହେଲା : ୨ ତାରିଖରେ ପାଳନ କରାଯିବ ସରସ୍ବତୀ ପୂଜା

add-all

ପୁରୀ: ସରସ୍ୱତୀ ପୂଜାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏବେ ଦୂର ହୋଇଛି। ସରସ୍ୱତୀ ପୂଜା ଫେବ୍ରୁଆରି ୨ ତାରିଖ ନା ଫେବ୍ରୁଆରି ୩ ତାରିଖରେ ହେବ ସେନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିଲା। ତେବେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରସ୍ୱତୀ ପୂଜା ତାରିଖ ଧାର୍ଯ୍ୟ କରାଯାଇଛି ।
ଚଳିତ ବର୍ଷ ବିଭିନ୍ନ ପାଞ୍ଜିରେ ସରସ୍ୱତୀ ପୂଜା ନେଇ ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖ କରାଯାଇଥିଲା। ଫଳରେ ଏନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଥିଲା।
ତେବେ ଫେବ୍ରୁଆରି ୨ ତାରିଖ ରବିବାର ଦିନ ଶ୍ରୀପଞ୍ଚମୀ ତିଥିରେ ସରସ୍ୱତୀ ପୂଜା ପାଳନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଜାରି କରିଛନ୍ତି। ବିଧି ଅନୁସାରେ ସେହି ଦିନ ରଥ କାଠ ମଧ୍ୟ ଅନୁକୂଳ କରାଯିବ ବୋଲି ନୀତି ପ୍ରଶାସକ କହିଛନ୍ତି।

ad-week
Leave A Reply

Your email address will not be published.