ସମର୍ଥ କେନ୍ଦ୍ରରୁ ସ୍ଥାନାନ୍ତର ହେଲେ ୪୨ ଜଣ ଦିବ୍ୟାଙ୍ଗ ଅନ୍ତେବାସୀ

add-all

ସମ୍ବଲପୁର: ସମର୍ଥରେ ନିର୍ଯାତିତ ୪୨ ଜଣ ମାନସିକ ଅନଗ୍ରସରଙ୍କୁ ସ୍ଥାନାନ୍ତରିତ କଲେ ସରକାର। ଅନ୍ତେବାସୀଙ୍କ ମଧ୍ୟରେ ଅଛନ୍ତି ୧୫ ମହିଳା ଓ ୨୭ ଜଣ ପୁରୁଷ। ସମ୍ବଲପୁର ସମର୍ଥ ଅନୁଷ୍ଠାନରେ ଦିବ୍ୟାଙ୍ଗଙ୍କୁ ନିର୍ୟାତନା ପରେ ପ୍ରଶାସନର ତତ୍ତ୍ବାବଧାନରେ ୪୨ଜଣ ଅନ୍ତେବାସୀଙ୍କୁ ସ୍ଥାନାନ୍ତରିତ କରାଯାଇଛି।

ଅନୁଷ୍ଠାନରୁ ମୁକୁଳିବା ପରେ ଖୁସି ପ୍ରକାଶ କରିବା ସହ ଅନେକ ଅନ୍ତେବାସୀ ନିଜ ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଦିବ୍ୟାଙ୍ଗଙ୍କୁ ନିର୍ୟାତନା ଘଟଣାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲାପାଳ। ନିର୍ଯାତନା ଘଟଣାର ତଦନ୍ତ କରି ଉପଜିଲ୍ଲାପାଳ ତଦନ୍ତ ରିପୋର୍ଟ ଦେଲା ପରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି।

ଏହି ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି। ପ୍ରଥମେ ଅନୁଷ୍ଠାନର ସମ୍ପାଦକ ହରିଶ୍ଚନ୍ଦ୍ର ଦାସ ଓ କେୟାର ଟେକର ଗିରଫ ହୋଇଥିଲେ। ବୁଧବାର ସମ୍ପାଦକଙ୍କ ପୁଅ ଶୁଭ୍ରଜିତ ଦାସ ଅନ୍ୟ ଜଣେ ଗିରଫ ହୋଇଛନ୍ତି। ସେହିପରି ସମ୍ପାଦକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଆସିଛି । ସୂଚନା ଥାଉକି କିଛି ଦିନ ତଳେ ଦିବ୍ୟାଙ୍ଗଙ୍କୁ ନିର୍ଯାତନା ଦିଆଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ad-week
Leave A Reply

Your email address will not be published.