ମ୍ୟାଚ ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

କଟକ: ବାରବାଟୀ ଷ୍ଟାଡିୟମରେ ଆଗାମୀ ଫେବୃଆରୀ ୯ ତାରିଖ ରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମ୍ୟାଚ୍ ପାଇଁ ପ୍ରସ୍ତୁତ ଥିମ୍ ସଙ୍ଗ ଉନ୍ମୋଚନ କରିବା ପରେ ଷ୍ଟାଡିୟମର ପ୍ରସ୍ତୁତି ଅନୁଧ୍ୟାନ କରୁଛନ୍ତି।

ସୂଚନା ଅନୁଯାୟୀ, ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ହାତରେ ବ୍ୟାଟ ଧରି ବ୍ୟାଟିଂ କରୁଥିବା ନଜର ଆସିଛନ୍ତି। ପୂର୍ବତନ ଓଡ଼ିଆ କ୍ରିକେଟର ଲଳିତେନ୍ଦୁ ବୋଲିଂ କରୁଥିଲେ।

ଦୁଇ ବର୍ଷ ବ୍ୟବଧାନରେ ବାରବାଟୀରେ ମ୍ୟାଚ୍ ଆୟୋଜିତ ହେବାକୁ ଥିବା ବେଳେ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ବଢୁଛି। ଏହାକୁ ନଜରରେ ରଖି ସ୍ପେଶାଲ ଓଡ଼ିଆ ଥିମ୍ ସଙ୍ଗ ରିଲିଜ୍ ହୋଇଛି। ଏହି ଗୀତକୁ ପ୍ରସ୍ତୁତ କରିଛନ୍ତି ପ୍ରେମାନନ୍ଦ ଓ ରାପ୍ କରିଛନ୍ତି ଓଡ଼ିଆ ରାପର୍ ସମୀର ମହାନ୍ତି।

ad-week
Leave A Reply

Your email address will not be published.