
ସାଧାରଣ ଲୋକେ ନ୍ୟାୟ ପାଇବା ରୁ ବଞ୍ଚିତ …..!!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅତି ସମ୍ବେଦନ ଥାନା ଭାବରେ ଆସିକା ଥାନା ପରିଚିତ । ଆସିକା ରେ ପୋଲିସ ର ଭୂମିକା ଏବେ ସନ୍ଦେହ ଘେରରେ ରହିଥିବା ଚର୍ଚ୍ଚା ହେଲାଣି। ଆସିକା ଥାନା ବାବୁଙ୍କୁ ଅନ୍ଧାର ରେ ରଖି କିଛି ପୋଲିସ କର୍ମଚାରୀ ମାନେ ଦଲାଲ ମାନଙ୍କ ଇସାରାରେ କାର୍ଯ୍ୟ କରୁଥିବା ଏବେ ଆଲୋଚନା ହେଉଛି। ଆସିକା ଥାନା ବାହାରେ ଦଲାଲ ମାନେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। କେଉଁ ବ୍ୟକ୍ତି କୌଣସି ଅଭିଯୋଗ ଧରି ଥାନାକୁ ଆସିଲେ ଉକ୍ତ ଦଲାଲ ମାନେ ଅଭିଯୋଗ କାରୀଙ୍କ ଏତଲା ପଢିବା ପରେ ବିରୋଧି ବ୍ୟକ୍ତିଙ୍କୁ ଖବର ଦେଇ କାଉଣ୍ଟର ଏଫ.ଆଇ.ଆର ଦେଇ ଉକ୍ତ ଘଟଣା କୁ ରଫା ଦଫା କରି ଅର୍ଥ ଆଦାୟ କରି ତମର ଅଧେ ଆମର ଅଧେ ନୀତି ଅଵଲମ୍ବନ କରୁଥିବା ଏବେ ଚର୍ଚ୍ଚା ଜୋର ଧରିଛି। ଚୋରା ବାଲି ଚାଲାଣ ବେଳେ ଅଟକ ଗାଡ଼ିକୁ ବି ଦିଆ ନିଆ କରି ସବୁ ଖେଳ ଏଠାରେ ହେଉଥିବା ଦେଖିବାକୁ ମୁଳୁଛି। ତତ୍କାଳୀନ ଗଞ୍ଜାମ ଏସ.ପି ଜଗମୋହନ ମିନାଙ୍କ ନିକଟରେ ଆସିକା ଥାନାରେ ଦଲାଲ ମାନେ ଏଫ ଆଇ ଆର ଲେଖି କେଶର ରଫା ଦଫା ସମ୍ପର୍କ ରେ ଅଭିଯୋଗ ହେବା ପରେ ଏସପିଙ୍କ ତାଗିତ ପରେ ଦଲାଲ ମାନଙ୍କ ରାଜୁତି କମି ଯାଇଥିଲା। ପୋଲିସ ଆକ୍ଟିଭ ମୁଡ଼ରେ ଆସିଲେ ଆସିକା ଅଞ୍ଚଳ ରେ ଚାଲିଥିବା ଦଲାଲ ମାନଙ୍କ ରାଜୁତି ଦୂର ହେବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଆଲୋଚନା ହେଉଛି। ସରକାରୀ ଚିକିତ୍ସାଳୟ, ତହସିଲ ଅଫିସରେ ବି ଦଲାଲ ମାନଙ୍କ ରାଜୁତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଧିକାଂଶ କରି ଥାନାରେ ଦଲାଲ ମାନେ ପ୍ରବେଶ କରି କୁଆଡ଼େ ଆସିଛ ତମର କଣ ଅସୁବିଧା ହେଉଛି ପଚାରି ବୁଝୁଥିବା ମଧ୍ୟ ଆଲୋଚନା ହେଉଛି। ଏଭଳି ଦଲାଲ ମାନଙ୍କ ଥାନା ଭିତରକୁ ପ୍ରବେଶ ବନ୍ଦ ହେଲେ ପୋଲିସ ଉପରେ ଲୋକଙ୍କ ଆସ୍ତା ବଢିବ। ଦଲାଲ ମାନଙ୍କ ଯୋଗୁଁ ପୋଲିସ ଦୋଷ ନକରି ମଧ୍ୟ ଚିହ୍ନା ମୁହଁ ଯୁବକ ମାନେ ପୋଲିସ ସହ ସମ୍ପର୍କ କରି ଏଭଳି ଫାଇଦା ନେଇ ଅର୍ଥ ଆଦାୟ କରୁଥିବା ଚର୍ଚ୍ଚା ହେଉଛି ଯାହାଫଳରେ ତୁଚ୍ଛାରେ ଏଣ୍ଡୁଅ ବଦନାମ ପରି ପୋଲିସ ଏହି ଦଲାଲ ମାନଙ୍କ ପାଇଁ ବଦନାମ ହେଉଛି । ସାଧାରଣ ଲୋକ ଏହି ଦଲାଲ ମାନଙ୍କ ଭୟରେ ନ୍ୟାୟ ପାଇବା ରୁ ବଞ୍ଚିତ ହେଉଛନ୍ତି l ତେଣୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହେଉଛି l