ମୋବାଇଲ ଦୁକାନର ଭେଣ୍ଟିଲେଟର ଭାଙ୍ଗି ଚୋରି

add-all

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ଥାନା ଅଧିନସ୍ତ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚେକଗେଟ ସମୁଖରେ ହାଶ୍ମି କମ୍ପ୍ଲେସରେ ଥିବା ଏ ଟୁ ଜେଡ ମୋବାଇଲ ଦୋକାନର ଭେଣ୍ଟିଲେଟର ଭାଙ୍ଗି ଚୋରି ହୋଇ ଥିବା ଜଣା ପଡ଼ିଛି | ଗତ କାଲି ଶୁକ୍ରବାର ଦିନ ପ୍ରାୟ ୮. ୩୦ ସନ୍ଧିୟାରେ ମୋହମ୍ମଦ ସୁଳେମାନ ନିଜର ଦୋକାନକୁ ତାଳା ପକାଇ ଘର ବିରମିତ୍ରପୁର ଯାଇଥିଲେ | ଏହା ସୁଯଗ ପାଇଁ କେହି ଦୃବୁତ ଦୋକାନର ଭେଣ୍ଟିଲେଟର ଭାଙ୍ଗି ୬ଟି କିପେଡ ମୋବାଇଲ ଫୋନ, ୬ଟି ବୁଲଲୁଟୁତ ୟେର ଫୋନ, ୪ଟି ୟେର ବଡସ, ୨ଟି ୩୨ ଯିବି ମେମରି କାର୍ଡ ଏବଂ ପାୱାର ବେଙ୍କ ଚୋରି କରିଥିବା ଜଣା ପଡିଛି | ଆଜି ସକାଳେ କୁଆଁରମୁଣ୍ଡା ଅଞ୍ଚଳର ଜଣେ ସମାଜ ସେବି ଭାଙ୍ଗି ଥିବା ଭେଣ୍ଟିଲେଟର ଦେଖି ସୁଳେମାନକୁ ଖବର ଦେଇଥିଲେ ! ସୁଲେମାନ ସଙ୍ଗେ ସଙ୍ଗେ ଦୋକାନକୁ ଆସି ଦେଖି କୁଆଁରମୁଣ୍ଡା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ | ଫାଣ୍ଡି ଅଧିକାରୀ ଅଭୟ କୁମାର ମହାପାତ୍ର ଲିଖିତକୁ ଆଧାର କରି ଘଟଣା ସ୍ଥଳରେ ପହୁଁଚି ତଦନ୍ତ ଆରମ୍ଭ କରିଛି | ଏହି ସାମଗ୍ରୀର ମୋଟ ମୂଲ୍ୟ ୧୫ ରୁ ୨୦ ହଜାର ଟଙ୍କାର ବାଲି ଜଣା ଅପଡ଼ିଛି |

ad-week
Leave A Reply

Your email address will not be published.