ଲୋକଙ୍କ ପାଖରେ ଅଲୋଡ଼ା ହୋଇନି – ପ୍ରଭାତ ତ୍ରିପାଠୀ

add-all

ଭୁବନେଶ୍ୱର :ବିଜେଡିର ବରିଷ୍ଠ ନେତା ଆଜି ପ୍ରକାରାନ୍ତରେ ବିଜେଡିକୁ ସମାଲୋଚନା କରିଛନ୍ତି। ଆଜି ଏକ ଉତ୍ସବରେ ଅନେକ ଦଳୀୟ ନେତାଙ୍କ ସହ ଏକାଠି ହେବା ପରେ ଶ୍ରୀ ତ୍ରିପାଠୀ କହିଛନ୍ତି, ସେ ବୟସ ଦୃଷ୍ଟିରୁ ବିଜେଡିର ସଦସ୍ୟତା ନବୀକରଣ କରିନାହାନ୍ତି। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସେ ହୁଏତ ଦଳରେ ଅଲୋଡ଼ା ହୋଇପାରନ୍ତି କିନ୍ତୁ ଲୋକମାନଙ୍କ ନିକଟରେ ଅଲୋଡ଼ା ହୋଇନାହାନ୍ତି।

ଗତ ନିର୍ବାଚନରେ ଦଳ ପରାସ୍ତ ହେବା ପରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ ପ୍ରଭାତ। ବିଜେଡିର ସଂଗଠନ ସମ୍ପର୍କିତ ପ୍ରଶ୍ନରେ ଶ୍ରୀ ତ୍ରିପାଠୀ କହିଛନ୍ତି, ବଡ ବଡ ନେତାମାନେ ଦଳର ସଂଗଠନ କଥା ବୁଝୁଛନ୍ତି ଓ ତାଙ୍କୁ ଦଳ ପକ୍ଷରୁ କୌଣସି ଦାୟିତ୍ୱ ମିଳିନାହିଁ।

ad-week
Leave A Reply

Your email address will not be published.