ଭିଜିଲାନସ ଜାଲରେ ପୋଲିସ ଏଏସଆଇ, ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

add-all

ବୀରମହାରାଜପୁର : ଭିଜିଲାନସ ଜାଲରେ ପୋଲିସ ଏଏସଆଇ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଏସଆଇଙ୍କୁ ଧରିଲା ଭିଜିଲାନସ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସଆଇ ବୁଡୁ ଭୋଇ । ଗାଡ଼ି ଦୁର୍ଘଟଣା ପରେ ଗାଡ଼ିକୁ ମୁକୁଳାଇବାକୁ ଜଣେ ଅଭିଯୋଗକାରୀ ଏଏସଆଇ ବୁଡୁ ଭୋଇଙ୍କୁ ଅନୁରୋଧ କରିଥିଲେ ।

ତେବେ ଗାଡ଼ି ଛାଡ଼ିବାକୁ ୬ ହଜାର ଟଙ୍କା ଦାବି କରିଥିଲେ ଏଏସଆଇ। ଏନେଇ ଅଭିଯୋଗକାରୀ ଭିଜିଲାନସର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନସ ପରାମର୍ଶ କ୍ରମେ ଆଜି ୬ହଜାର ଟଙ୍କା ଏଏସଆଇ ବୁଡୁ ଭୋଇଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଧରିଥିଲା ଭିଜିଲାନସ। ଏଏସଆଇଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଆୟବର୍ହିଭୂତ ସଂପତ୍ତି ଠୁଲ ଅଭିଯୋଗରେ ଏଏସଆଇ ଭୋଇଙ୍କ ସୋନପୁର ପଟାଭାଡ଼ି ସ୍ଥିତ ବାସଭବନ ଏବଂ ବୀରମହାରାଜପୁର ଥାନା ସରକାରୀ ବାସଭବନ ଏବଂ ଥାନା ପରିସରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି  ।

ad-week
Leave A Reply

Your email address will not be published.