ଟ୍ରେନ ୱାଗନରୁ ୧୨ ବୋମା ଜବତ

add-all

ବଲାଙ୍ଗିର: ବଲାଙ୍ଗୀରର କଣ୍ଟାବାଞ୍ଜି ରେଳ ଷ୍ଟେସନରେ ମଙ୍ଗଳବାର ଦିନ ଏକ ମାଲବାହୀ ଟ୍ରେନ୍ ୱାଗନରୁ ସୁରକ୍ଷାକର୍ମୀମାନେ ପ୍ରାୟ ୧୨ଟି ବୋମା ଉଦ୍ଧାର କରିଛନ୍ତି।

ନିୟମିତ ଯାଞ୍ଚ ସମୟରେ ସୁରକ୍ଷାକର୍ମୀଙ୍କୁ ଏହି ବୋମାଗୁଡ଼ିକ ମିଳିଛି। ରେଳ ୱାଗନ୍ ରେ ବୋମାଗୁଡ଼ିକ କିପରି ପହଞ୍ଚିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

ସୂଚନା ଅନୁଯାୟୀ, ଏହି ବୋମାଗୁଡ଼ିକ ସଇଁତଳାର ଅର୍ଡନାନ୍ସ ଫ୍ୟାକ୍ଟ୍ରି ବଡ଼ମାଲରୁ ଆସିଥିବା ଜଣାପଡ଼ିଛି। ଏହା ଅସ୍ତ୍ରଶସ୍ତ୍ର, ଗୁଳି, ବିସ୍ଫୋରକ ପ୍ରସ୍ତୁତ କରେ।

ଅପରପକ୍ଷରେ ଟ୍ରେନ୍ ୱାଗନରୁ ବୋମା ମିଳିବା ଏକପ୍ରକାର ଚିନ୍ତା ବଢାଇଛି। ତେବେ ଏନେଇ ଅଧିକ ଖୋଳତାଡ ଜାରି ରହିଛି।

ad-week
Leave A Reply

Your email address will not be published.