ସନାତନ ବିରୋଧୀ  ଚାହୁଁଥିଲେ କୁମ୍ଭମେଳାରେ ବଡ଼ ଅଘଟଣ ଘଟୁ : ଯୋଗୀ

add-all

ନୂଆଦିଲ୍ଲୀ : ପ୍ରୟାଗରାଜ କୁମ୍ଭମେଳାରେ ମୌନି ଅମାବାସ୍ୟା ଦିନ ଜାନୁଆରୀ ୨୯ ତାରିଖରେ ହୋଇଥିବା ଦଳାଚକଟା ଓ ସେଥିରେ ହୋଇଥିବା ମୃତ୍ୟୁକୁ ନେଇ ରାଜନୀତି ଜାରି ରହିଛି । ଏହାକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରୁଥିବାବେଳେ ତାହାର କଡ଼ା ଜବାବ ଦେଇଛନ୍ତି ଯୋଗୀ ।

ଏହି ଘଟଣାରେ ପାଖାପାଖି ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହି ଘଟଣା ପରଠାରୁ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଭଳି ଦଳ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପିକୁ ଟାର୍ଗେଟ କରୁଛନ୍ତି। ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଜବାବ ଦେଇଛନ୍ତି।

ସିଏମ ଯୋଗୀ କହିଛନ୍ତି ଯେ ସନାତନ ଧର୍ମକୁ ବିରୋଧ କରିବାକୁ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ସେ କୁମ୍ଭମେଳା ଘଟଣାକୁ ନେଇ ଅଖିଳେଶ ଯାଦବଙ୍କ ବୟାନକୁ ଲଜ୍ଜାଜନକ ବୋଲି କହିଛନ୍ତି। ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନ ପାଇଁ ମଧ୍ୟ ସେ ଦୁଃଖ ପ୍ରକାଶ କରିଛନ୍ତି। ଅଖିଳେଶଙ୍କ ସନାତନ ବିରୋଧୀ ଚରିତ୍ର ପଦାକୁ ଆସିଛି। କୁମ୍ଭମେଳାକୁ ନେଇ ସମାଜବାଦୀ ପାର୍ଟି ଓ ଖଡଗେ ମିଛ ପ୍ରଚାର କରୁଛନ୍ତି ବୋଲି ସିଏମ ଯୋଗୀ କହିଛନ୍ତି।

ad-week
Leave A Reply

Your email address will not be published.