ଓଡିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଗୀତିକାର ସଂଗ୍ରାମ କେଶରୀ ମହାନ୍ତିଙ୍କ ପରଲୋକ

add-all

ବାରିପଦା: ଆଉ ନାହାନ୍ତି ଓଡିଆ ସିନେମା ଜଗତର ସୁନାମଧନ୍ୟ ଗୀତିକାର ସଂଗ୍ରାମ କେଶରୀ ମହାନ୍ତି । ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଗୀତିକାର ସଂଗ୍ରାମ କେଶରୀ ମହାନ୍ତି ଥିଲେ ପୂର୍ବତନ ବିଧାୟକ ହରିହର ମହାନ୍ତି ଓ ଶୀତଳ କୁମାର ମହାନ୍ତି ଙ୍କ ସୁପୁତ୍ର । ସେ ୧୯୭୧ ମସିହାରେ କଟକ ଆକାଶବାଣୀ କେନ୍ଦ୍ରର ଜଣେ ଗୀତିକାର ଭାବେ ସ୍ୱୀକୃତି ପାଇ ଆକାଶବାଣୀ ସହିତ ଦୂର ଦର୍ଶନ ଓ ଓଡିଆ ସିନେମା ପାଇଁ ସଂଗୀତ ଲେଖାଲେଖି କରି ଆସୁଥିଲେ ।

ସେ ଅନେକ ହିଟ୍ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଂଗୀତ ଲେଖିଛନ୍ତି । ସେଗୁଡିକ ହେଲା ଫୁଲ ଚନ୍ଦନ, ଅଭିଳାଷ, ଗୋପରେ ବଢୁଛି କଳା କହ୍ନେଇ, ମୋ ମନ ଖାଲି ତୋରି ପାଇଁ, ତୁମେ ହିଁ ସାଥି ମୋର, ଘାଇଲା ବାଘ, ତୁମେ ହିଁ ସାଥି ମୋର ଏମିତି ଅନେକ ସିନେମାରେ ସେ ଜଣେ ସଫଳ ଗୀତିକାର ଭାବେ ନିଜର ଛାପ ଛାଡି ଯାଇଛନ୍ତି ।

ଅନେକ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଥିବା ବେଳେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ୨୦୨୩ ମସିହାରେ ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ସମ୍ନାନ ଜନକ ଡ଼କ୍ଟର ଉପାଧି ପ୍ରଦାନ କରା ଯାଇଥିଲା । ସେ ଅନେକ ଗୀତ କବିତା ପୁସ୍ତକ ମଧ୍ୟ ଲେଖିଛନ୍ତି

ତାଙ୍କ ବିୟୋଗରେ ସମଗ୍ର ଚଳଚ୍ଚିତ୍ର ଜଗତ ସହ କବି ଲେଖକ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ad-week
Leave A Reply

Your email address will not be published.