ପିପଳପଙ୍କା ଡ୍ୟାମ୍ ନିର୍ମାଣ ବାତିଲ ଦାବିରେ କୃଷକ ଓ ବୁଦ୍ଧିଜୀବିଙ୍କ ଗଣଧାରଣା

youtube

ବ୍ରହ୍ମପୁର : ରାଜ୍ୟର ଡ଼ବଲ ଇଞ୍ଜିନ୍ ସରକାର ଟାଟା ଓ ଆଦାନୀ ପରି ଘରୋଇ କମ୍ପାନୀମାନଙ୍କୁ ପାଣି ଯୋଗାଇବାକୁ ସରକାରୀ ଅର୍ଥରେ ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ଯେଉଁ ଡ୍ୟାମ୍ ନିର୍ମାଣ କରିବାକୁ ଯାଉଛନ୍ତି। ଯାହାକୁ ଦୃଢ଼ ବିରୋଧ କରିଛି ଜିଲ୍ଲାର ଚାଷୀ ସଂଗଠନ । ଆଜି ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଋଷିକୂଲ୍ୟା ନଦୀ ସୁରକ୍ଷା କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଏକ ଗଣଧାରଣାରେ ଆୟୋଜିତ ହୋଇଥିଲା । ସୋରଡ଼ା, ଧରାକୋଟ, ଆସିକା, ପୁରୁଷୋତ୍ତମପୁର, ଗଞ୍ଜାମ, ଛତ୍ରପୁର ଓ ଦିଗପହଣ୍ଡି ବ୍ଳକ୍‌ର ବହୁ ଚାଷୀନେତାମାନେ ଓ ବ୍ରହ୍ମପୁର ସହରର ବୁଦ୍ଧିଜୀବିମାନେ ପ୍ରସ୍ତାବିତ ଡ଼େମ୍‌କୁ ବାତିଲ କରିବାକୁ ଦାବି କରିଥିଲେ।ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସଙ୍ଘଠନ ପକ୍ଷରୁ ପ୍ରଦାନ କରାଯାଇଥିଲା।କମିଟିର ଆବାହକ ସୁଧୀର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଗଣଧାରଣାରେ ଋଷିକୂଲ୍ୟା ନଦୀ ଗଞ୍ଜାମ ଜିଲ୍ଲାର ଜୀବନ ରେଖା ହୋଇଥିବା ବେଳେ ତତ୍କାଳୀନ ବିଜେଡ଼ି ସରକାର ଋଷିକୂଲ୍ୟା ନଦୀ ପିପଳପଙ୍କାରେ ଡେମ୍ ନିର୍ମାଣ କରି ଋଷିକୂଲ୍ୟା ନଦୀର ପାଣିକୁ ଉପର ମୁଣ୍ଡରୁ ହିଁ ଦୀର୍ଘ ୧୦୦ କି.ମି ଲମ୍ବା ପାଇପଲାଇନ ଯୋଗେ ନେଇ ଗୋପାଳପୁର ଓ ଛତ୍ରପୁର ଅଞ୍ଚଳରେ ଥିବା କମ୍ପାନୀଙ୍କୁ ଯୋଗାଇ ଦେବାକୁ ଯେଉଁ ଉଦ୍ୟମ ନିଷ୍ପତି ନେଇଥିଲେ। ବର୍ତ୍ତମାନ ସରକାର ମଧ୍ୟ ଏହି ପ୍ରକଳ୍ପ କାମ ତ୍ୱରାନ୍ୱିତ କରୁଛନ୍ତି, ଯାହାକୁ ଘୋର ନିନ୍ଦା କରାଯାଇଛି।
ଜଳବାୟୁ ପରିବର୍ତ୍ତନ ଫଳରେ ବର୍ଷା ହ୍ରାସ ପାଇବା ତଥା ଋଷିକୂଲ୍ୟାରେ ଆସି ପଡ଼ିଥିବା ଘୋଡାହାଡ, ବଡନଦୀ, ବାଘୁଆ ଆଦି ଉପନଦୀମାନଙ୍କ ଉପର ମୁଣ୍ଡରେ ଡେମ୍ ନିର୍ମାଣ ଫଳରେ ଏବଂ ସର୍ବୋପରି ନଦୀ ଶଯ୍ୟାରୁ ଅବାଧ ବାଲି ଚାଲାଣ ଫଳରେ ଋଷିକୂଲ୍ୟା ନଦୀ ବର୍ଷା ଏକ ଶୁଖିଲା ଧାରରେ ପରିଣତ ହୋଇଯାଉଛି। ପିପଳପଙ୍କାରେ ଡ଼େମ୍ ନିର୍ମାଣ ଫଳରେ ସେ ଅଞ୍ଚଳର ଦୁଇ ହଜାର ହେକ୍‌ଯରରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଘଞ୍ଚ ଜଙ୍ଗଲ ନଷ୍ଟ ହେବ, ୨୩ଟି ଗାଁର ଚାଷଜମି ତଥା ଘରବାଡ଼ି ଜଳମଗ୍ନ ହେବ। ଏହା ସହ ନଦୀ ଜଳଶୂନ୍ୟ ହୋଇ ତା’ର ଉଭୟ ପାର୍ଶ୍ୱରେ ଥିବା ଶତାଧିକ ଗ୍ରାମର କୃଷି, ପଶୁପାଳନ ଓ ପିଇବା ପାଣିର ବ୍ୟବସ୍ଥା କ୍ଷତିଗ୍ରସ୍ଥ ହୋଇ ପ୍ରଭାବିତ ହେବ । ଏହା ବ୍ୟତୀତ ଉପର ମୁଣ୍ଡରେ ଡେମ୍ ନିର୍ମାଣ ଫଳରେ ଋଷିକୂଲ୍ୟାର ତଳମୁଣ୍ଡରେ ଥିବା ଜାନିବିଲି ବ୍ୟାରେଜକୁ ପାଣିର ପ୍ରବାହ ହ୍ରାସ ପାଇବ ଏବଂ ତା’ ଉପରେ ନିର୍ଭରଶୀଳ ଜିଲ୍ଲାର ଋଷିକୂଲ୍ୟା ଜଳସେଚନ ବ୍ୟବସ୍ଥା ଓ ବ୍ରହ୍ମପୁର ସହରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ଭାବେ ପ୍ରଭାବିତ ହେବବୋଲି ଅଭିଯୋଗ ହୋଇଛି। ସରକାର ତୁରନ୍ତ ପ୍ରସ୍ତାବିତ ପ୍ରକଳ୍ପ କୁ ବନ୍ଦ କରିବା କୁ ଦାବି ହୋଇଛି।ଆଜିର ଏହି ଧାରଣାରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ଏଆଇକେଏମ୍‌ଏସ୍‌ର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ମାନବବାଦୀ ହେତୁବାଦୀ ସଙ୍ଗଠନର ସମ୍ପାଦକ କେ ନନ୍ଦେଶୁ ସେନାପତି, ସମାଜସେବୀ ସୁବାଷ ରାଉତ, , ଶିକ୍ଷାବିତ୍ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ଏ. ସଜ୍ଞୀବ ରେଡ୍ଡୀ, ଲକ୍ଷ୍ମୀନୃସିଂହ ରଥ, ମାନବବାଦୀ ସଂଗଠନର ଗଗନ ଚନ୍ଦ୍ର ମଳିକ, ଆଇଏଫ୍‌ଟିୟୁ ପ୍ରତାପ ଚନ୍ଦ୍ର ପ୍ରଧାନ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ସ୍ୱାଇଁ, ପୂର୍ବତନ ଗଞ୍ଜାମ ବ୍ଳକ୍ ଅଧ୍ୟକ୍ଷ କାନକେୟା ରେଡ୍ଡୀ, ସମାଜସେବୀ ବିଜୟ କୁମାର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ସମେତ ବହୁ ଚାଷୀ ନେତା ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।

Leave A Reply

Your email address will not be published.