ନୟାଗଡ଼ ପୌର ପରିଷଦ ପୁନର୍ବାର କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହେବ…

Independence

ନୟାଗଡ଼: ନୟାଗଡ଼ ପୌର ପରିଷଦର ପ୍ରେତ୍ୟେକ ଆର୍ଥିକ ବର୍ଷରେ ଟିକସ ଆଦାୟ ପରିମାଣ କମିବାରେ ଲାଗିଛି । ହୋଲ୍ଡିଂ ଟିକସ ଆଦାୟ କରିବାରେ ବହୁ ପଛରେ ଅଛି ବିଭାଗ ।ତେଣୁ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ଅନୁଦାନ ରୁ ପୌର ପରିଷଦ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।ପ୍ରତ୍ୟେକ ବର୍ଷ ପୌର ପରିଷଦ ଏହି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଟିକସ ଆଦାୟ ପାଇଁ କୌଣସି ପଦକ୍ଷେପ ନେଉନାହିଁ।ଟିକସ ଆଦାୟ ପାଇଁ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ଅବହେଳା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଅଭିଯୋଗ ଆସିଛି ।
ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ନୟାଗଡ଼ ପୌର ପରିଷଦକୁ ୪କୋଟି ୨ଲକ୍ଷ ୫୦ ହଜାର ଟଙ୍କା ଆଦାୟ କରିବାକୁ ଟାର୍ଗେଟ ଦିଆଯାଇଥିଲା ।ମାତ୍ର ଜାନୁଆରୀ ମାସ ଶେଷ ସୁଦ୍ଧା ୨କୋଟି ୩୩ହଜାର ଟଙ୍କା ଆଦାୟ ହୋଇଛି । ଚଳିତ ଆର୍ଥିକ ବର୍ଷ ର ଆଉ ୨ମାସ ବାକି ଥିବା ବେଳେ ଅର୍ଥାତ୍ ମାର୍ଚ୍ଚ୩୧ ସୁଦ୍ଧା ପ୍ରାୟ ୨କୋଟି ଟଙ୍କା କିପରି ଆଦାୟ ହେବ ତାହା ଦେଖିବାକୁ ବାକି ରହିଲା ।ଯାହାକି ସଂପୂର୍ଣ୍ଣ ଅସମ୍ଭବ । ବର୍ତମାନ ପୌର ପରିଷଦ ପକ୍ଷରୁ ବିଲ୍ଡିଂ ପ୍ଲାନରୁ ଟିକସ ଆଦାୟ କରିବାକୁ ଅଧିକ ଗୁରୁତ୍ଵ ପ୍ରଦାନ କରାଯାଉଛି । ଯେଉଁମାନେ ବିନା ଅନୁମତିରେ ବିଲଡିଂ ତିଆରି କରିଛନ୍ତି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଏହା ସହିତ ହୋଲ୍ଡିଙ୍ଗ ଓ ଅନ୍ୟାନ୍ୟ ବାବଦ ଟିକସ ଆଦାୟ କରିବାକୁ ପୌର ପରିଷଦର କର୍ମଚାରୀ ମାନେ ପ୍ରଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଗତ ଆର୍ଥିକ ବର୍ଷରେ ନୟାଗଡ଼ ପୌର ପରିଷଦ କୁ ୩କୋଟି ୫୦ ଲକ୍ଷ ଟଙ୍କା ଟାର୍ଗେଟ ରଖିଥିଲା ବେଳେ ମାତ୍ର ୧ କୋଟି ୯୨ଲକ୍ଷ ୨୪ ଟଙ୍କା ଆଦାୟ ହୋଇଥିଲା । ଗତ ବର୍ଷର ଆଦାୟ ହୋଇନଥିବା ଟିକସ ଏବଂ ଚଳିତ ବର୍ଷର ଟିକସ କୁ ମିଶାଇ ମୋଟ ୪କୋଟି ୨ଲକ୍ଷ ୫୦ ହଜାର ଟଙ୍କା ଆଦାୟ ପାଇଁ ସରକାର ଟାର୍ଗେଟ ଦେଇଛନ୍ତି । ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ଟିକସ ଆଦାୟ ଟାର୍ଗେଟ ପୂରଣ ହୋଇପାରିବ ନାହିଁ ।


ବର୍ତ୍ତମାନ ପୌରନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ସରକାରୀ ପ୍ରଶିକ୍ଷଣ ସରକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କାର୍ଯ୍ୟାଳୟ ଆସୁନାହାଁନ୍ତି ।ସେ ପ୍ରାୟ ଦୁଇ ମାସ ଛୁଟି ରେ ରହିବେ ବୋଲି ଜଣାପଡିଛି ।ଅକ୍ଷୟ କୁମାର ବେହେରା ଏବେ ଦାୟିତ୍ବ ପାଇଥିବା ବେଳେ ପୌର ପରିଷଦର ବିଭିନ୍ନ କାର୍ଯ୍ୟରେ ଅଚଳାବସ୍ଥା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏପରିକି କାଉନସିଲ ବୈଠକ ମଧ୍ୟ ଠିକ୍ ରେ ହେଉନାହିଁ ।ଟିକସ ଆଦାୟ କରିବାକୁ ପୌର ପରିଷଦ ପକ୍ଷରୁ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।ସେମାନଙ୍କର ତଦାରଖ ଦାୟିତ୍ବ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ମାତ୍ର ଟିକସ ଆଦାୟ କର୍ମଚାରୀ ମାନେ ଆଦୌ ବଜାର କିମ୍ବା ଆବାସିକ ଘରେ ପହଞ୍ଚିନଥାନ୍ତି ।ତେଣୁ ଏପରି ସମସ୍ୟା ସୃଷ୍ଟି ହେଉଛି ବୋଲି ଜଣାପଡିଛି । ଜିଲ୍ଲାପାଳ ଏଦିଗରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।

ad-week
Leave A Reply

Your email address will not be published.