ଆସନ୍ତାକାଲି ଆସିବ ସୁଭଦ୍ରାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା

add-all

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରାର ପ୍ରଥମ କିସ୍ତି ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ସୁଭଦ୍ରା ଟଙ୍କା ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଆସନ୍ତାକାଲି ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ଟଙ୍କା ପ୍ରଦାନ କରାଯିବ।

୩.୩୮ ଲକ୍ଷ ହିତାଧିକାରୀଙ୍କ NPCI କ୍ଲିୟରାନ୍ସ ସମସ୍ୟା ଥିଲା। ସେମାନଙ୍କ ମଧ୍ୟରୁ ୬୮ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି। ବାକି ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ। ଏହାସହ ଯେଉଁମାନେ NPCIରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡ଼ାଯିବ ବୋଲି ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ଉଭୟ ପ୍ରଥମ କିସ୍ତି ଓ ଉଭୟ ଦ୍ବିତୀୟ କିସ୍ତିର ଟଙ୍କା ପାଇବେ। ୩ ଲକ୍ଷ ୩୮ ହଜାର NPCI ମଧ୍ଯରୁ ୫୯ ହଜାର NPCI କ୍ଲିୟର ହୋଇଥିବା ଉପମୁଖ୍ଯମନ୍ତ୍ରୀ କହିଛନ୍ତି। ଯେପରି ଜଣେ ବି ଯୋଗ୍ଯ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ ପଡିବେନି ସେନେଇ ଗୁରୁତ୍ବ ଦିଆଯାଉଛି । ଆଜି ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ ଅବସରରେ ପ୍ରଭାତୀ ପରିଡ଼ା ଏହା କହିଛନ୍ତି ।

ad-week
Leave A Reply

Your email address will not be published.