ଭୁବନେଶ୍ୱରରେ ପହଞ୍ଚିଲେ ଇଣ୍ଡିଆ-ଇଂଲଣ୍ଡ ଖେଳାଳି

add-all

ଭୁବନେଶ୍ବର: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରର ମେ’ ଫେୟାର ହୋଟେଲରେ ପହଞ୍ଚିଛନ୍ତି। ହୋଟେଲରେ ପହଞ୍ଚିଲା ପରେ ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଓଡ଼ିଶାର ପାରଂପରିକ ବାଦ୍ୟ ଓ ନୃତ୍ୟର ତାଳେତାଳେ ସ୍ବାଗତ ଓ ଶୁଭେଚ୍ଛା ଦିଆଯାଇଥିଲା। ଉଭୟ ଖେଳାଳି ଓ ପ୍ରଶଂସକ ଉତ୍ସାହିତ ଥିଲେ।

ବାରବାଟୀ ମୁକାବିଲା ପାଇଁ ପୂର୍ବରୁ କମିସନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର କଡ଼ା ଯାଞ୍ଚ କରାଯାଇଛି। ମକ୍ ଡ୍ରିଲ୍ ସହ କାର୍ କେଡ୍ରେ ଦୁଇ ଦଳର ବସ୍କୁ ନିଆଯିବାର ରିହରସାଲ୍ କରାଯାଇଛି। ଭାରତୀୟ ଖେଳାଳିଙ୍କୁ ଦେଖିବା ପାଇଁ ଓଡ଼ିଶାର ଯୁବପିଢ଼ିଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.