ଏୟାରଲିପ୍ଟ ହେବେ ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି

add-all

ଭୁବନେଶ୍ଵର: ଏୟାରଲିପ୍ଟ ହେବେ ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି । ଲିଭର ସିରୋସିସ ପରି ଗମ୍ଭୀର ରୋଗରେ ପୀଡିତ ହୋଇ ଗତ ୩ ଦିନ ଧରି କିମ୍ସରେ ଚିକିତ୍ସିତ ହେଉଥିଲେ ଅଭିନେତା । ବର୍ତ୍ତମାନ ତାଙ୍କର ଅବସ୍ଥା ଗୁରୁତର ଅଛି । ଗତକାଲିଠାରୁ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଅଧିକ ଚିକିତ୍ସା ଲାଗି ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲକୁ ଏୟାରଲିପ୍ଟ କରାଯିବ ।

କିମ୍ସ କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମନୋଜ ସାହୁଙ୍କ କହିବା ଅନୁସାରେ, ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାରୁ ଏବେ ତାଙ୍କୁ ଅନ୍ୟ ହସ୍ପିଟାଲକୁ ଏୟାରଲିଫ୍ଟ କରିବା ପାଇଁ ଉପଯୁକ୍ତ ସମୟ। ଯଥାଶୀଘ୍ର ଏୟାର ଲିଫ୍ଟ ପାଇଁ ଚେଷ୍ଟା କରାଯାଉଛି। ବୋଲି କହିଛନ୍ତି ଡାକ୍ତର ଶ୍ରୀ ସାହୁ । ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୁଅ ବାବୁସାନ ମହାନ୍ତି କହିଛନ୍ତି ଯେ, ବାପାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲକୁ ଯଥାଶୀଘ୍ର ଏୟାରଲିଫ୍ଟ କରିବା ପାଇଁ ଚେଷ୍ଟା କରାଯାଉଛି। ଏ ନେଇ ବୁକିଙ୍ଗ ମଧ୍ୟ କରାଯାଇଛି। ଦୁଇ ଘଣ୍ଟା ମଧ୍ୟରେ ଏୟାରଲିଫ୍ଟ ପାଇଁ ଉଦ୍ୟମ ହେଉଥିବା କହିଛନ୍ତି ଉତ୍ତମ ମହାନ୍ତିଙ୍କ ପୁଅ ତଥା ଅଭିନେତା ବାବୁଶାନ ମହାନ୍ତି।

ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା । ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମିତ ଉତ୍ତମ ଏଯାବତ୍ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଲେ ଏବଂ ତିନିବର୍ଷ ପରେ ପୁଣି ତାଙ୍କ ପତ୍ନୀ ଅପରାଜିତା ମହାନ୍ତିଙ୍କ ସହ ଚଳଚ୍ଚିତ୍ର ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ad-week
Leave A Reply

Your email address will not be published.