ବିଜୟ ଉତ୍ସବ ପାଳିଲା ବିଜେପି

add-all

ହିଞ୍ଜିଳିକାଟୁ ୮/୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆର ଏମ ସି ଛକଠାରେ ବିଜେପିର କାର୍ଯ୍ୟକର୍ତା ବାଣ ଫୁଟାଇ ମିଠା ବାଣ୍ଟି ଦିଲ୍ଲୀ ରେ ବିଜେପି ର ଜିତ ପରେ ବିଜୟ ଉତ୍ସବ ପାଳନ କଲେ। ଏହି ଅବସରରେ ଯୋଗ ଦେଇଥିବା ବିଜେପି ନେତା ଓ କର୍ମୀମାନେ ନାଚ ନାଚିବା ସହିତ ବାଣ ଫୁଟାଇ ମିଠା ବାଣ୍ଟିଥିଲେ। ହିଞ୍ଜିଳିକାଟୁ ନଗର ବିଜେପି ଯୁବମୋର୍ଚ୍ଚା ତରଫରୁ ହିଞ୍ଜିଳିକାଟୁ ଆର ଏମ ସି ଛକ ଠାରୁ ବଇଁଚବଣିଆ ଛକ ପର୍ଯ୍ୟନ୍ତ ଆକାଶବାଜି ଶୋଭା ଯାତ୍ରା ବିଜୟ ଉତ୍ସବ ପାଳନ କରିଛି। ସେହିଭଳି ବିଜେପି ପକ୍ଷରୁ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ବାଣ ଫୁଟାଇ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଥିବା ବେଳେ ବିଭିନ୍ନ ଅଞ୍ଚଳର ବହୁ ସ୍ଥାନୀୟ ନେତାମାନେ ସାମିଲ୍‍ ହୋଇଥିଲେ।

ad-week
Leave A Reply

Your email address will not be published.