ବିଜେଡିର ବନ୍ଧୁମିଳନ କାର୍ଯ୍ୟକ୍ରମ

add-all

ହିଞ୍ଜିଳିକାଟୁ ୮/୨ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଘୋଡାଇଶୁଣି ପିଠରେ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ବିଜେଡି ପକ୍ଷରୁ ବନ୍ଧୁ ମି ମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର ଙ୍କ ସଂଯୋଜନା ରେ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ ଅତିଥି ଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ।ଏହି ଅବସରରେ ହିଞ୍ଜିଳିକାଟୁ ବ୍ଲକ୍ ର ବରିଷ୍ଠ ନେତା ମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।ଏହି କାର୍ଯ୍ୟକ୍ରମରେ ବିଜେଡି ର ସାଂଗଠନିକ ବିଷୟରେ ଆଲୋଚନା ହୋଇଥିବା ସହ କୃଷକ ସମସ୍ୟା ଓ ଦରଦାମ ବୃଦ୍ଧିକୁ ନେଇ ଆସନ୍ତା ମାସରେ ଜନ ଆନ୍ଦୋଳନ କାର୍ଯ୍ୟକ୍ରମ, ଅନୁଷ୍ଠିତ ହେବାକୁ ନିଷ୍ପତି ନିଆଯାଇଥିଲା। ହିଞ୍ଜିଳିକାଟୁ ବ୍ଲକ୍ ର ବିଜେଡ଼ି କର୍ମୀ ଓ ବରିଷ୍ଠ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.