ମାଲକାନଗିରି : ଆଜି ମାଲକାନଗିରି ସଦର ମହକୁମା ରେ ଭାରତୀୟ ଜନତା ପାର୍ଟି ର ଦିଲ୍ଲୀ ଦଖଲ କୁ ନେଇ ଜିଲ୍ଲା ସଦର ମହକୁମା ରେ ଆତସ ବାଜି ସହ ମିଷ୍ଠାନ ବାଣ୍ଟିଲେ ଭାଜପା କର୍ମୀ । ଦୀର୍ଘ ୨୭ବର୍ଷ ପରେ ୭୦ବିଧାନସଭା ଆସନରୁ ୪୮ଆସନରେ ଜିତିବା ସହ ଶାସକ (ଆପ) ଆମ ଆଦମୀ ପାର୍ଟି କୁ ଗାଦିଚ୍ୟୁତ କରିଛି । ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱରେ କ୍ଷମତା ଦଖଲ କରିବା ଯୋଗୁଁ କର୍ମୀ ମହଲରେ ଖୁସି ର ଲହର ଖେଳିଯାଇଥିଲା । ଏହି ଅବସରରେ ଆଜି ସଦର ମହକୁମା ସୁବାସ ବୋଷ ଛକ ଠାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଭାଜପା କର୍ମୀ ଭାଜପା ଜିଲ୍ଲା ସଭାପତି ଶ୍ରୀ ଅଶୋକ ପରିଡାଙ୍କ ନେତୃତ୍ୱରେ ଏହି ଉତ୍ସବ ପାଳିଥିଲେ । ଏହି ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ମାଣିକ ଚକ୍ରବର୍ତୀ,ମଣ୍ଡଳ ସଭାପତି ଦିଲ୍ଲୀପ ଦଣ୍ଡପାଟି,ସାଂସଦ ପ୍ରତିନିଧି ବିଜୟ କୁମାର ମହାରଣା ସମେତ ଅନ୍ୟାନ୍ୟ କର୍ମୀ ଉପସ୍ଥିତ ରହିଥିଲେ ।
