ଏଏମୟୁ ମଧ୍ୟାହ୍ନଭୋଜନ ତାଲିକାରେ ଗୋମାଂସ ବିରିୟାନୀକୁ ନେଇ ବିବାଦ

add-all

ଆଲିଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟ(ଏଏମୟୁ)ର ମଧ୍ୟାହ୍ନଭୋଜନ ମେନ୍ୟୁ ବା ତାଲିକାରେ ଗୋମାଂସ ବିରିୟାନୀ ପରସାଯିବା ନେଇ ଏକ ନୋଟିସକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିବାଦ କରିଛନ୍ତି। ରବିବାର ମଧ୍ୟାହ୍ନଭୋଜନ ମେନ୍ୟୁରେ ପ୍ରଥମେ ଚିକେନ ବିରିୟାନୀ ଦିଆଯିବ ବୋଲି ନୋଟିସ ଲାଗିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦୁଇ ଜଣ ଅଧିକାରୀ ଉକ୍ତ ନୋଟିସକୁ ବଦଳାଇ ଚିକେନ ବିରିୟାନୀ ପରିବତ୍ତେ ଗୋମାଂସ ବିରିୟାନୀ ଦିଆଯିବା ନେଇ ନୋଟିସ ଲଗାଇଥିଲେ। କିଛି ଛାତ୍ରଛାତ୍ରୀଙ୍କ ଦାବି ଅନୁସାରେ ଗୋମାଂସ ବିରିୟାନୀ ଦିଆଯିବା ନେଇ କୁହାଯାଇଥିଲା। କିନ୍ତୁ ଛାତ୍ରଛାତ୍ରୀମାନେ ଏହା ଜାଣିବା ପରେ ବିରୋଧ କରିଥିଲେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରତିବାଦ ଜଣାଇଥିଲେ। ଏହା ପରେ ଏଏମୟୁ ପ୍ରଶାସନ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଟାଇପିଂ ଏରର ବା ଲେଖିବା ସମୟରେ ତ୍ରୁଟି ଯୋଗୁ ଏପରି ହୋଇଥିବା ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଥିଲା। ଯେଉଁମାନଙ୍କ ଦ୍ବାରା ଏହି ତ୍ରୁଟି ହୋଇଛି ସେମାନଙ୍କୁ କାରରଦର୍ଶାଅ ନୋଟିସ ଜାରି କରାଯାଇଛି।

ଅନ୍ୟପଟେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହି ଘଟଣାରେ ପ୍ରଥମରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନ ଥିଲା। କିନ୍ତୁ ବିବାଦ ବଢ଼ିବା ପରେ ଏଏମୟୁ ପ୍ରଶାସନ ସଫେଇ ଦେଇଥିଲା।

ad-week
Leave A Reply

Your email address will not be published.