ଫ୍ଲଡ ଲାଇଟରେ ଗୁରୁତର ସମସ୍ୟା, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି

add-all

କଟକ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ବାରବାଟୀ ଷ୍ଟାଡିୟମର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ମ୍ୟାଚର ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ କରୁଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ୩୦୫ ରନ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଇନିଂସର ସପ୍ତମ ଓଭରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ୬.୧ ଓଭରରେ ଭାରତର ସ୍କୋର ବିନା କ୍ଷତିରେ ୪୮ ରନ ହୋଇଥିବା ବେଳେ ଫ୍ଲଡ ଲାଇଟରେ ତ୍ରୁଟି ଦେଖା ଦେଇଥିଲା। ପ୍ରଥମେ ଷ୍ଟାଣ୍ଡର କିଛି ଲାଇଟ ବନ୍ଦ ହୋଇ ଯାଇଥିଲା। ଏହା ପରେ ତୁରନ୍ତ ସବୁ ଲାଇଟ ଆସିଥିଲା। ମାତ୍ର ଖେଳାଳି ମାନେ ପ୍ରସ୍ତୁତ ହେଉଥିବା ବେଳେ ସମ୍ପୂର୍ଣ୍ଣ ଷ୍ଟାଣ୍ଡର ଲାଇଟ ଲିଭି ଯାଇଥିଲା। ଅମ୍ପାୟାରଙ୍କ ସହ ପରାମର୍ଶ କ୍ରମେ ଉଭୟ ଦଳର ଖେଳାଳି ପ୍ୟାଭିଲିୟନ ଫେରିଥିଲେ। ଖେଳ ବନ୍ଦ ହେବା ବେଳକୁ ରୋହିତ ଶର୍ମା ୨୯ ଓ ଓ ଶୁବମନ ଗିଲ ୧୭ ରନରେ ବ୍ୟାଟିଂ କରୁଥିଲେ।

ରବିବାର ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ୟ ପକ୍ଷରେ ବରୁଣ ଚକ୍ରବର୍ତ୍ତୀ ଏହି ମ୍ୟାଚରେ ଦିନିକିଆରେ ଡେବ୍ୟୁ କରିଥିଲେ। ଯଶସ୍ବୀ ଜୟସ୍ବାଲ ଓ କୁଲଦୀପ ଯାଦବଙ୍କ ସ୍ଥାନରେ ଏହି ଦୁଇ ଖେଳାଳି ଖେଳିଥିଲେ। ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିଥିବା ବେଳେ ଫିଲିପ ସଲ୍ଟ(୨୬) ଓ ବେନ ଡକେଟ(୬୫) ପ୍ରଥମ ୱିକେଟରେ ୮୧ ରନ ଯୋଡିଥିଲେ। ୬୫ ବଲରେ ଉଭୟ ୮୧ ରନ ଯୋଡିଥିବା ବେଳେ ସଲ୍ଟଙ୍କୁ ଆଉଟ କରି ଏହି ଯୋଡି ଭାଙ୍ଗିଥିଲେ ଡେବ୍ୟୁଟାଣ୍ଟ ବରୁଣ ଚକ୍ରବର୍ତ୍ତୀ।

ad-week
Leave A Reply

Your email address will not be published.