ମହାକୁମ୍ଭରେ ବୁଡ ପକାଇଲେ, ବିଦେଶାଗତ ପକ୍ଷୀଙ୍କୁ ଦାନା ଦେଲେ ମହାମହିମ ରାଷ୍ଟ୍ରପତି

add-all

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ବୁଡ ପକାଇଲେ ମହାମହିମ ରାଷ୍ଟ୍ରପତି । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବୁଡ ପକାଇବା ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ପ୍ରୟାଗରାଜରେ ପହଞ୍ଚିବା ପରେ ମହାମହିମ ନୌବିହାର କରିଥିଲେ। ନୌବିହାର କରିବା ସମୟରେ ସେ ଶହ ଶହ ସଂଖ୍ୟାରେ ବିଦେଶାଗତ ପକ୍ଷୀଙ୍କୁ ଦାନା ଦେଇଥିଲେ। ପ୍ରୟାଗରାଜରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ୮ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ଅକ୍ଷୟବଟ ଓ ହନୁମାନ ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ମହାମହିମ। ଡିଜିଟାଲ ମହାକୁମ୍ଭ ଅନୁଭବ କେନ୍ଦ୍ରର ମଧ୍ୟ ଅବଲୋକନ କରିବେ। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବରୁ ଦେଶର ପ୍ରଥମ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦ ମଧ୍ୟ କୁମ୍ଭରେ ବୁଡ ପକାଇଥିଲେ।

ad-week
Leave A Reply

Your email address will not be published.