ଷଣ୍ଢ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା

add-all

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ସୋମବାର ଦିନ ଏକ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସହରର ମଞ୍ଚେଶ୍ୱର ଥାନା ଅଧୀନସ୍ଥ ବାରିମୁଣ୍ଡା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ରବିବାର ମହିଳାଙ୍କୁ ଷଣ୍ଢ ଆକ୍ରମଣ କରିଥିଲା ​​ଯାହାପରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ସୋମବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତ ମହିଳାଙ୍କ ନାମ ହେମଲତା ଦାସ ବୋଲି ଜଣାପଡିଛି। ସ୍ଥାନୀୟ ବାସିନ୍ଦାମାନେ ଦୀର୍ଘ ଦିନ ଧରି ଅଞ୍ଚଳରେ ଷଣ୍ଢ ଆତଙ୍କ କରୁଥିବା ନେଇ ଅଭିଯୋଗ କରିଆସୁଥିଲେ। ଏହାର ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରିଛନ୍ତି।

ତେବେ ମହିଳାଙ୍କ ମୃତ୍ୟୁ ପରେ ସ୍ଥାନୀୟ ବାସିନ୍ଦା ମାନେ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ। ଏଥିସହିତ ପୀଡିତାଙ୍କ ପରିବାରକୁ ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଷଣ୍ଢ ଆକ୍ରମଣରେ ଅତି କମରେ ପାଞ୍ଚ ଜଣ ଆହତ ହୋଇଥିଲେ।

ad-week
Leave A Reply

Your email address will not be published.