ବିରେନ ସିଂହଙ୍କ ଇସ୍ତଫା ପରେ ବିଜେପି ସହ ମେଣ୍ଟକୁ ଫେରିଲା ଏନପିପି

add-all

ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଏନ. ବିରେନ ସିଂହ ଇସ୍ତଫା ଦେବା ପରେ ବିଜେପିକୁ ନିଜର ସମର୍ଥନର ହାତ ବଢ଼ାଇଛି ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିପି)। ମଣିପୁରରେ ଶାନ୍ତି ଏବଂ ସାଧାରଣ ଅବସ୍ଥା ଫେରାଇବାରେ ବିରେନ ସିଂହ ସରକାର ବିଫଳ ହୋଇଥିବା ଦର୍ଶାଇ ୩ ମାସ ତଳେ ଏନପିପି ବିଜେପି ସହିତ କରିଥିବା ମେଣ୍ଟରୁ ଓହରିଯାଇଥିଲା। ଏବେ ସିଂହଙ୍କ ଇସ୍ତଫାକୁ ଦଳ ସ୍ବାଗତ କରିବା ସହିତ ପୁନର୍ବାର ସମର୍ଥନ ଜଣାଇଛି।

ଦଳର କାର୍ଯ୍ୟକାରୀ ସଭାପତି ଶେଖ ନୁରୁଲ ହସନ କହିଛନ୍ତି, ରାଜ୍ୟରେ ଶାନ୍ତି ଏବଂ ସ୍ଥିରତା ଆଣିବା ଦିଗରେ ବିରେନ ସିଂହଙ୍କ ଇସ୍ତଫା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଆମେ କେନ୍ଦ୍ରରେ ଏନଡିଏ ସହିତ ମେଣ୍ଟରେ ରହିଛୁ। ଶାନ୍ତି ଫେରାଇ ଆଣିବାରେ ଆମେ ସର୍ବଦା ସହଯୋଗ କରିବୁ ଏବଂ ବିଜେପି ସହିତ କାର୍ଯ୍ୟ ଜାରି ରଖିବୁ। ଇତିମଧ୍ୟରେ ବିଜେପିର ମଣିପୁର ବିଧାୟକ ୱାଇ. ଖେମଚାନ୍ଦ ସିଂହ କହିଛନ୍ତି, ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମସ୍ତ ସଦସ୍ୟ ଗ୍ରହଣ କରିବେ। ରାଜ୍ୟରେ ସାଧାରଣ ଅବସ୍ଥା ଫେରାଇ ଆଣିବା ସବୁଠୁ ବଡ଼ ଚିନ୍ତାର ବିଷୟ। ବିଶେଷକରି କୁକୀ ଏବଂ ମିତେଇ ସମ୍ପଦାୟ ମଧ୍ୟରେ କିପରି ଶାନ୍ତି ବଜାୟ ରହିବ ତାହା ଗୁରୁତ୍ଵପୂର୍ଣ୍ଣ ବୋଲି ଖେମଚାନ୍ଦ କହିଛନ୍ତି।

ad-week
Leave A Reply

Your email address will not be published.