ଶ୍ରମିକଙ୍କ ସମସ୍ୟା ସମାଧାନ ଦାବି : ଜ଼ିଲାପାଳଙ୍କୁ ମନରେଗା ଶ୍ରମିକ ୟୁନିଅନର ସ୍ମାରକପତ୍ର

Independence

ଛତ୍ରପୁର : ଓଡିଶା ମନରେଗା ଶ୍ରମିକ ୟୁନିଅନ ଗଞ୍ଜାମ ଜିଲା କମିଟି ପକ୍ଷରୁ ମନରେଗା ଶ୍ରମିକଙ୍କ ହାତକୁ କାମ, ସର୍ବନିମ୍ନ ମଜୁରୀ ଏବଂ ସମସ୍ତ ଅଧିକାରକୁ ପ୍ରଦାନ କରିବା ସଂପର୍କରେ ଏକ ଦାବିପତ୍ର ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ମଙ୍ଗଳବାର ପ୍ରଦାନ କରାଯାଇଛି। ଦାବି ଗୁଡିକ ମଧ୍ୟରେ ଦୈନିକ ସର୍ବନିମ୍ନ ମଜୁରୀ ୭୦୦ ଟଙ୍କାକୁ ବୃଦ୍ଧି ଏବଂ ପରିବାରର ଦୁଇଜଣ ସଦସ୍ୟଙ୍କୁ ନିଶ୍ଚିତ କାମ, ବର୍ଷ ସାରା କାମ ଯୋଗାଇ ଦେବାର ସୁବ୍ୟବସ୍ଥା, ସର୍ବନିମ୍ନ ମଜୁରୀଠାରୁ କମ ପ୍ରଦାନ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ସ୍ବତନ୍ତ୍ର କଲ୍ୟାଣ ବୋର୍ଡ ଓ ସାମାଜିକ ନିରାପତ୍ତା ପାଇଁ ସୁବ୍ୟବସ୍ଥା,୫୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଶ୍ରମିକଙ୍କ ପାଇଁ ମାସିକ ୧୦ ହଜାର ଟଙ୍କାର ପେନସନ, ଶ୍ରମିକ ବିରୋଧ ୪ ଗୋଟି ଶ୍ରମ ସଂହିତା ପ୍ରତ୍ୟାହାର, ସର୍ବନିମ୍ନ ମଜୁରୀରୁ ଆଜି ପର୍ଯ୍ୟନ୍ତ ହଡ଼ପ ହୋଇଥିବା ସମସ୍ତ ମଞ୍ଜୁରୀ ଟଙ୍କାକୁ ତୁରନ୍ତ ଏରିଅର କରି ଶ୍ରମିକଙ୍କୁ ପ୍ରଦାନ,କାମ କରିବାର ୭ ଦିନ ମଧ୍ୟରେ ଶ୍ରମିକଙ୍କ ମଜୁରୀ ପ୍ରଦାନ ଆଦି ରହିଛି। ଏହି ଦାବିପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା କମିଟି ର ଶଙ୍କର ସାହୁ, ପି ପାର୍ବତୀ, ସଂଯୁକ୍ତା ଦାସ ଙ୍କ ସମେତ ବହୁ ମହିଳା ଶ୍ରମିକ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.