ରାଜଯୋଗିନୀ ନିଲମ ଦିଦିଙ୍କ ଶ୍ରଦ୍ଧାଞ୍ଜଳୀ ସଭା, ନିଶାମୁକ୍ତ ଅଭିଯାନ ର ଶୁଭାରମ୍ଭ

youtube

ନବରଙ୍ଗପୁର : ନବରଙ୍ଗପୁର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ର ପ୍ରଥମ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ନୀଲମ ଦିଦିଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ୩ ଦିନ ଧରି ଅନୁଷ୍ଠିତ ହୋଇଛି। ଆଜି ଏ ଅବସର ସ୍ଥାନୀୟ ଅମୃତ ସରୋବର ଆଶ୍ରମ ଠାରେ ଏକ ବିଶାଳ ସଭାରେ ରାଜନେତା, ପ୍ରଶାସକ ଓ ଅନ୍ତର୍ଜାତୀୟ ମୁଖ୍ୟାଳୟ ମାଉଣ୍ଟଆବୁ ସମେତ ଦେଶର କୋଣ ଅନୁକୋଣରୁ ବହୁ ବରିଷ୍ଠ ପ୍ରତିଷ୍ଠିତ ରାଜଯୋଗୀ ଓ ରାଜଯୋଗିନୀ ମାନେ ଉପସ୍ଥିତ ରହି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ଏ ଅବସର ରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଅନ୍ତର୍ଜାତୀୟ ମୁଖ୍ୟାଳୟ ମାଉଣ୍ଟଆବୁର ରାଜଯୋଗିନୀ ଶାରଦା ଦିଦି, ଅହମ୍ମଦାବାଦରୁ ରୁକ୍ମିଣୀ ଦିଦି, ନବରଙ୍ଗପୁର ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ନୀଲମଜୀଙ୍କ ମାନବସେବା କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ । ମଣିଷ ମଣିଷ ମଧ୍ୟରେ ସ୍ନେହଶ୍ରଦ୍ଧା ଓ ପରମାତ୍ମାଙ୍କୁ ପାଇବା ଲାଗି ଆଧ୍ୟାତ୍ମିକତାର ପ୍ରଚାର ପ୍ରସାର କରି ରାଜଯୋଗ ମାଧ୍ୟମରେ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ଅବିଭକ୍ତ କୋରାପୁଟର ୪ଟି ଜିଲ୍ଲା ସମେତ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ପ୍ରଜାପିତା ଈଶ୍ବରୀ ବ୍ରହ୍ମକୁମାରୀଙ୍କ ବିରାଟ ସଂଗଠନକୁ ଠିଆ କରିବାରେ ସଫଳ ହୋଇଛନ୍ତି । ତାଙ୍କ ବିୟୋଗ ଦୁଃଖ ଦାୟକ ନିଶ୍ଚିତଭାବେ କିନ୍ତୁ ତାଙ୍କରି ପ୍ରେରଣାରେ ଆଗାମୀ ଦିନରେ ମଧ୍ୟ ମାନବଧର୍ମୀ କାର୍ଯ୍ୟକ୍ରମ ସମସ୍ତେ ସାମିଲ ହୋଇପାରିଲେ ତାହା ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଅତିଥି ମାନେ ବକ୍ତବ୍ୟରେ କହିଛନ୍ତି । ସେଭଳି ତାଙ୍କୁ ବିଶାଳ ସଭାରେ ତାଙ୍କର ସ୍ମୃତିଚାରଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କାରଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଜାପିତ ଈଶ୍ବରୀ ବ୍ରହ୍ମକୁମାରୀ ବିଶ୍ବବିଦ୍ୟାଳୟର ସଂଚାଳିକା ନମିତା ଜୀ ପରିଚାଳନା କରିଥିବା ବେଳେ କପିଳେନ୍ଦ୍ର ସାସମଲଙ୍କ ସମେତ ବହୁ କର୍ମକର୍ତ୍ତା ଓ ଶ୍ରଦ୍ଧାଳୁ ପରିଚାଳନାରେ ସହଯୋଗ କରିଥିଲେ । ତିନି ଦିନ ଧରି ଚାଲିଥିବା ଶ୍ରାଦ୍ଧ ବାର୍ଷିକୀ ଅବସରରେ ବୃକ୍ଷ ରୋପଣ, ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଇତ୍ୟାଦି ସେବା ଅନୁଷ୍ଠାନ ପକ୍ଷରୁ ସଫଳତାର ସହିତ କରାଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ୬ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବର ବିଶ୍ଵବିଦ୍ୟାଳୟର ରାଜଯୋଗୀ ଓ ରାଜଯୋଗିନୀ ମାନେ ଯୋଗଦେଇଥିଲେ। ଏ ଅବସର ରେ ୩ ଦିନରେ ୧୧ ଗୋଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.