ଦୁଷ୍କର୍ମ ମାମଲାରେ ପିଡ଼ିତାଙ୍କୁ ମିଳିଲା ନ୍ୟାୟ : ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ମାନ୍ୟବର ପୋସ୍କୋ କୋର୍ଟ

ବ୍ରହ୍ମପୁର : ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ୨୦୨୩ ଅକ୍ଟୋବର ୧୦ ତାରିଖରେ ଏନେଇ ଭଞ୍ଜନଗର ଥାନାରେ ଜିଆର କେସ୍ ନଂ ୧୮୯/୨୩ରେ ମାମଲା ରୁଜୁ ହୋଇଥିଲା । ୭ଜଣ ସାକ୍ଷୀଙ୍କ ବୟାନକୁ ଭିତିକରି ସ୍ୱତନ୍ତ୍ର ପୋସ୍କୋ ବିଚାରପତି ପ୍ରଣତି ପଟ୍ଟନାୟକ ମାମଲାର ଶୁଣାଣି କରିଛନ୍ତି। ଅଭିଯୁକ୍ତ କିଷାନ ଦାସକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଜୋରିମାନା ଅନାଦେୟରେ ୨ବର୍ଷ ଅଧିକା ଜେଲ ଦଣ୍ଡାଦେଶ ପାଇଁ ନିଦେ୍ର୍ଦଶ ଦେଇଛନ୍ତି ମାନ୍ୟବର କୋର୍ଟ । ଏହା ସହିତ ପିଡ଼ିତାକୁ ୧୦ଲକ୍ଷ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମାନ୍ୟବର କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ସ୍ୱତନ୍ତ୍ର ସରକାରୀ ଓକିଲ ନାରାୟଣ ପଣ୍ଡା ଉକ୍ତ ମାମଲାକୁ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.