ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ବୋନି କପୁର ଓ ଅର୍ଜୁନ କପୁର

add-all

ଭୁବନେଶ୍ୱର,୧୨ା୨: ସେଲିବ୍ରିଟି କ୍ରିକେଟ୍ ଲିଗ୍ (CCL)ର ୧୧ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଲିଗ ପର୍ଯ୍ୟାୟ ମ୍ୟାଚ୍ ଆୟୋଜନ ହେବାକୁ ଥିବା ବେଳେ ଏହା ପୂର୍ବରୁ ବଲିଉଡ ପ୍ରଯୋଜକ ବୋନି କପୁର ଏବଂ ବଲିଉଡ ଅଭିନେତା ଅର୍ଜୁନ କପୁର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟିଛନ୍ତି। ସୌଜନ୍ୟମୂଳକ ସାକ୍ଷାତ ସହ ମୁଖ୍ୟମନ୍ତ୍ରୀଙ୍କୁ ମ୍ୟାଚ୍ ପାଇଁ ଦେଲେ ନିମନ୍ତ୍ରଣ ଦେଇଛନ୍ତି।
ଚଳିତବର୍ଷ ସାତଟି ଦଳକୁ ନେଇ ଟୁର୍ନାମେଣ୍ଟ ଆୟୋଜନ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୮ (ଶୁକ୍ରବାର) ରେ ବେଙ୍ଗାଲୁରୁରେ ଆରମ୍ଭ ହେବ ଏବଂ ୨ ମାର୍ଚ୍ଚରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ବେଙ୍ଗଲ ଟାଇଗର୍ସ ଡିଫେଣ୍ଡିଂ ଚାମ୍ପିଅନ୍ ହୋଇଥିବା ବେଳେ ତେଲୁଗୁ ୱାରିୟର୍ସ ସବୁଠାରୁ ସଫଳ ଦଳ ରହିଛି।
ସମସ୍ତ ଗ୍ରୁପ୍-ଷ୍ଟେଜ୍ ମ୍ୟାଚ୍ ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ, କଟକ ଏବଂ ସୁରଟରେ ଖେଳାଯିବ।

ad-week
Leave A Reply

Your email address will not be published.