କୁମ୍ଭମେଳାକୁ ଆସିଥିବା ବିଜନେସମ୍ୟାନ ବାବାଙ୍କ କୋଟିକୋଟି ଟଙ୍କାକୁ ଇଡି ଜବତ କରି ନେଇଛି

add-all

ନୂଆଦିଲ୍ଲୀ: ଜାନୁଆରି ୧୪ରୁ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭକୁ ନେଇ ଅନେକ ସାଧୁସନ୍ଥଙ୍କ ଭିଡିଓ ସୋସିଆଲ ମିଡିଆରେ ହେବାରେ ଲାଗିଛି। ପ୍ରତ୍ୟେକ ବାବାଙ୍କ ଜୀବନ କାହାଣୀ ଭିନ୍ନଭିନ୍ନ ରହିଛି। ଏହି କାରଣରୁ ମହାକୁମ୍ଭକୁ ଆସିଥିବା ବାବାମାନଙ୍କ ଜୀବନ କାିହାଣୀ ଜାଣିବା ପାଇଁ ପ୍ରତ୍ୟେକଲୋକ ଇଚ୍ଛା ପ୍ରକାଶ କରିଛନ୍ତିୀ।
ଏହି କ୍ରମରେ ଜଣେ ବିଜନେସମ୍ୟାନ ବାବା ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏହି ବାିବା ଦାବି କରି କହିଛନ୍ତି, ‘ସେ କୋଟିକୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରି ଦେଇଛନ୍ତି।’
ଇନଷ୍ଟାଗ୍ରାମରେ ବିଜନେସମ୍ୟାନ ବାବାଙ୍କ ଏକ ଭିଡିଓ ଭାରଇରାଲ ହୋଇଛି। ଯେଉଁଥିରେ ସେ ତାଙ୍କ ଅତିଥି ଜୀବନକୁ ବଖାଣି କହୁଛନ୍ତି, ‘ବିଜନେସ କ’ଣ ? ମୁଁ ହଜାର କୋଟିର ବ୍ୟବସାୟ କରିଛି। ଏମିତି କି ଗୋଟିଏ ଦିନରେ ୨୦୦ରୁ ୩୦୦କୋଟି ବ୍ୟବସାୟ କରି ପାରିଛି। କିନ୍ତୁ ଭଗବାନଙ୍କ ନିକଟରେ ନିଜକୁ ସମର୍ପି ଦେବା ଦିନ ଠାରୁ ଯେଉଁ ସୁଖ ଓ ଶାନ୍ତି ପାଇଛି ତାହା ସେ କୋଟିକୋଟି ଟଙ୍କାର ବ୍ୟବସାୟରେ ପାଇକପାରି ନଥିଲି।
ଏମିତି କି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ମୋର ୫୦୦ରୁ ୭୦୦ କୋଟି ଟଙ୍କା ଜବତ ପଡ଼ିଛି। ଏହି ଟଙ୍କାରେ ମୋର ଆଉ କୌଣସି ପ୍ରକାର ମୋହମାୟା ନାହିଁ। କୁମ୍ଭମେଳାରେ ମୋତେ ଅନେକ ଲୋକ ଟଙ୍କା ଦାନ/ଦକ୍ଷିଣାରେ ଦେଉଛନ୍ତି। ମୁଁ ସେମାନଙ୍କୁ କହୁଛି ଏହି ଟଙ୍କା ମୋର ଆଉ ଆବଶ୍ୟକ ନାହିଁ। କାରଣ ମୁଁ ଟଙ୍କାକୁ ତ୍ୟାଗ କରି ଦେଇଛି।’

ad-week
Leave A Reply

Your email address will not be published.