ମମି-ପାପା କ୍ଷମା କରିଦେବ; ଜେଇଇରେ ଫେଲ୍ ହେବା ପରେ ଏଭଳି ଲେଖି ଜୀବନ ହାରିଲେ ଯୁବତୀ

add-all

ଗୋରଖପୁର: ଆଜିକାଲି ପିଲାମାନେ ବିଫଳତାକୁ ସହ୍ୟ କରିପାରୁ ନାହାନ୍ତି। ଏହା ଆମେ ନୁହେଁ ପ୍ରତିଦିନ ଘଟୁଥିବା ଘଟଣା କହୁଛି। ପରୀକ୍ଷା ବା ପ୍ରେମରେ ବିଫଳ ହେଲେ ପିଲାମାନେ ଆତ୍ମହତ୍ୟାକୁ ବାଛି ନେଉଛନ୍ତି। କୋଟାରେ ପ୍ରତିଦିନ ପିଲାମାନେ ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ ଆସୁଛି। ଲଢ଼ିବା ପରିବର୍ତ୍ତେ, ପିଲାମାନେ ନିଜ ଜୀବନ ତ୍ୟାଗ କରିବା ସହଜ ମଣୁଛନ୍ତି। ଉତ୍ତର ପ୍ରଦେଶର ଗୋରଖପୁରରୁ ମଧ୍ୟ ସମାନ ଏକ ଘଟଣା ସାମ୍ନାକୁ ଆସିଛି। ୧୮ବର୍ଷୀୟ ଅଦିତି ମିଶ୍ରା ଜେଇଇ ପରୀକ୍ଷାରେ ବିଫଳ ହେବା କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
କେବଳ ଗୋଟିଏ ପରୀକ୍ଷାରେ ସଫଳ ନହେବା ତାଙ୍କୁ ଏତେ ଆଘାତ ଦେଇଥିଲା ଯେ ସେ ଆଉ ଥରେ ଚେଷ୍ଟା କରିବା ଅପେକ୍ଷା ଫାଶି ଦେଇ ଆତ୍ମହତ୍ୟା କରିବାକୁ ସହଜ ମନେ କଲେ। ତଦନ୍ତ ପରେ, ପୁଲିସ ତାଙ୍କ ଶୋଇବା ଘରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି, ଯେଉଁଥିରେ ସେ ନିଜ ମାତାପିତାଙ୍କୁ କ୍ଷମ‌ା ମାଗିଛନ୍ତି।
ସୁଇସାଇଡ ନୋଟରେ ଲେଖାଯାଇଛି‌ ଯେ, “କ୍ଷମା କରିବ ମମି-ପାପା… ମୁଁ ପାସ୍ ହୋଇପାରିଲି ନାହିଁ। ଏହା ଆମ ସମ୍ପର୍କର ଶେଷ ଥିଲା। ତୁମେମାନେ କାନ୍ଦିବ ନାହିଁ। ତୁମେମାନେ ମୋତେ ବହୁତ ଭଲପାଇଥିଲ। ହେଲେ ମୁଁ ତୁମର ସ୍ୱପ୍ନ ପୂରଣ କରିପାରିଲି ନାହିଁ। ସାନ ଭଉଣୀର ଯତ୍ନ ନେବ, ସେ ନିଶ୍ଚିତ ଭାବରେ ତୁମର ସ୍ୱପ୍ନ ପୂରଣ କରିବ। ତୁମର ସ୍ନେହୀ ଝିଅ- ଅଦିତି।”
କୁହାଯାଉଛି ଯେ, ୧୧ ଫେବ୍ରୁଆରିରେ ଜେଇଇ ଫଳାଫଳ ଘୋଷଣା ହୋଇଥିଲା ଏବଂ ସେ ୧୨ ଫେବ୍ରୁଆରିରେ ଆତ୍ମହତ୍ୟା କରିଥିଲେ।

ad-week
Leave A Reply

Your email address will not be published.