ଅସ୍ତ୍ର ପରିତ୍ୟାଗ କଲେ ୧୯ ନକ୍ସଲ, ପୁଲିସ ଆଗରେ କଲେ ଆତ୍ମସମର୍ପଣ

add-all

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରଦ୍ରୀ କୋଥାଗୁଡେମ୍ ଜିଲ୍ଲା ପୁଲିସ୍ ଏବଂ ୮୧ ଏବଂ ୧୪୧ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆଦିବାସୀଙ୍କ ବିକାଶ ତଥା କଲ୍ୟାଣ ପାଇଁ ଚାଲିଥିବା କାର୍ଯ୍ୟକ୍ରମ ତଥା ଅପରେସନ ଜୋରଦାର କରାଯାଉଥିବାରୁ ନକ୍ସଲ ଏବେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି।
ତେବେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ନରୋତି ମନୀଷ ଅରଫ ଆକାଶ, ମାଡବି ନନ୍ଦା, ମାଡବି ହାଣ୍ଡା, ମାଡବି ଲମ୍ବୁ, ମାଡକମ ଦେବା, କାଲମୁ ଆଇତା, ପୋଡିୟମ ସମ୍ମୟ,ପୋଡିୟମ ନାଗେଶ, ସୋଡି ବାର୍କନା, ପୋଡିୟମ ଆଡୁମା, ମାଡ଼କମ ଉଙ୍ଗା, କୁଞ୍ଜାମ ମାସା, ମିରଗମ ସୁକ୍କାୟା, ମାଡ଼ବି ଇଡୁମାୟା, ସେଲଭମ ଭେଙ୍କେଟ, ସାଲଭମ ଶଂକର, ମାଡବି ପାଏ, ଡିଡୋ ସୁଲା ଏବଂ ସୋଡି ଇଡୁମା। ନକ୍ସଲ ସଂଗଠନ ଧୀରେଧୀରେ ଦୁର୍ବଳ ସହ ଲୋକଙ୍କ ବିଶ୍ବାସ ହରାଇଛି।
ଆଦିବାସୀଙ୍କ ବିକାଶ ତଥା କଲ୍ୟାଣ ପାଇଁ ଚାଲିଥିବା କାର୍ଯ୍ୟକ୍ରମ ତଥା ଅପରେସନ ଜୋରଦାର କରାଯାଉଥିବାରୁ ନକ୍ସଲ ଏବେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି।
ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ସରକାରଙ୍କର ସମସ୍ତ ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏବେ ବି ଯେଉଁ ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ପୁଲିସ ନିକଟରେ ଆତ୍ମସମର୍ପଣ କରି ବାକି ଜୀବନ ସୁଖରେ କଟାଇପାରିବେ ବୋଲି ପୁଲିସ କହିଛି।
ସୀମାନ୍ତ ଛତିଶଗଡର ସୁକମା ରେଞ୍ଜ ସେକ୍ଟର ସିଆରପିଏଫ ଇନ୍ସପେକ୍ଟର ଜେନେରାଲ ରାଜେଶ ଅଗ୍ରୱାଲ ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ ଆନନ୍ଦ ସିଂ ରାଜପୁରୋହିତ ଏବଂ ସେକ୍ଟର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଏନ କେ ସିଂଙ୍କ ମାର୍ଗ ଦର୍ଶନରେ ଏବଂ କମାଣ୍ଡାଣ୍ଟ ରତନକାନ୍ତ ବେହେରା ଏବଂ ଡେପୁଟି କମାଣ୍ଡାଣ୍ଟ ଟି ସାମସନ୍ ରାଜୁ, ଆର.ଆର ଚୌଧୁରୀ ଏବଂ ଅଶ୍ୱାନୀ କୁମା, ରାକେଶ କୁମାର ଠାକୁର ଏବଂ ସହାୟକ କମାଣ୍ଡାଣ୍ଟ ସାରଙ୍ଗ ସାହେବ୍ରୋଙ୍କ ନେତୃତ୍ୱରେ ସିଆରପିଏଫ ଏ,ବି,ସି ଏବଂ ଇ ଦ୍ବିତୀୟ ସିଆରପିଏଫ ବାଟାଲିୟନ ଦ୍ୱାରା ଜନ ସଂପର୍କ ଶିବିର ଏବଂ ମାଗଣା ମେଡିକାଲ କ୍ୟାମ୍ପ ଆୟୋଜିତ ହୋଇଥିଲା।

ad-week
Leave A Reply

Your email address will not be published.