ପରିବର୍ତ୍ତନ ହେଲା ନନ୍ଦନକାନନର ପ୍ରବେଶ ଓ ପ୍ରସ୍ଥାନ ପଥ

add-all

ଭୁବନେଶ୍ଵର: ପରିବର୍ତ୍ତନ ହେଲା ନନ୍ଦନକାନନର ପ୍ରବେଶ ଓ ପ୍ରସ୍ଥାନ ପଥ। ନନ୍ଦନକାନନର ଉନ୍ନତିମୂଳକ କାର୍ଯ୍ୟ ଚାଲୁଥିବା ଯୋଗୁଁ ପର୍ଯ୍ୟଟକମାନଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ପରିବର୍ତ୍ତନ କରାଯାଇଛି। ଫଳରେ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ପୂର୍ବରୁ ପର୍ଯ୍ୟଟକମାନେ ନନ୍ଦନକାନନ ମୁଖ୍ୟ ଫାଟକ ଦେଇ ସମ୍ମୁଖରେ ଥିବା ଟିକେଟ କାଉଣ୍ଟରରେ ଟିକେଟ କରି ପ୍ରବେଶ କରୁଥିଲେ। ବର୍ତ୍ତମାନ ଏହି ମାର୍ଗ ପରିବର୍ତ୍ତନ ହୋଇଛି। ପୂର୍ବରୁ ଗୋଟିଏ ମାର୍ଗରେ ଆସି ଜୀବଜନ୍ତୁଙ୍କୁ ସଠିକ୍ ଭାବେ ଦେଖି ସେହି ମାର୍ଗରେ ଫେରୁଥିଲେ। ଏଥିରେ ବ୍ୟାଟେରୀ ଚାଳିତ ଗାଡ଼ି, ସଫାରୀ ଆଦି ଟିକେଟ ପାଇଁ ପର୍ଯ୍ୟଟକଙ୍କୁ କୌଣସି ଅସୁବିଧା ହେବାକୁ ପଡୁନଥିଲା ।

କିନ୍ତୁ ନନ୍ଦନକାନନର କାଞ୍ଜିଆ ଲେକ ସଂଲଗ୍ନରେ ଡ୍ରେନ ନିର୍ମାଣ ପାଇଁ ହେଉଥିବା କାର୍ଯ୍ୟ ଯୋଗୁଁ ପର୍ଯ୍ୟଟକ କିଛି ମାତ୍ରାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ବର୍ଷା ଦିନେ କାଞ୍ଜିଆର ଜଳସ୍ତର ବୃଦ୍ଧି ପାଇ ନନ୍ଦନକାନନ ମଧ୍ୟରେ ପ୍ରବେଶ କରୁଥିବାରୁ ଏହାର ସମାଧାନ ପାଇଁ ଏହି ସମସ୍ତ କାର୍ଯ୍ୟକୁ ଆସନ୍ତା ମୌସୁମୀ ଆଗମନ ପୂର୍ବରୁ ସାରିବା ପାଇଁ ଯୋଜନା ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଫଳରେ ବିକଳ୍ପ ଭାବରେ ନନ୍ଦନକାନନର ବହୁତଳ ପାର୍କିଂ ପାର୍ଶ୍ଵରେ ନିର୍ମାଣ ହୋଇଥିବା ପ୍ରସ୍ଥାନ ପଥରେ ବର୍ତ୍ତମାନ ଏହି ଅସ୍ଥାୟୀ ପ୍ରବେଶ ଓ ପ୍ରସ୍ଥାନ ମାର୍ଗ କରାଯାଇଛି।

ad-week
Leave A Reply

Your email address will not be published.