ଫେବ୍ରୁଆରି ୧୯ରୁ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା: ସତର୍କ ସୂଚନା ଜାରି

add-all

ଭୁବନେଶ୍ୱର: ଆସନ୍ତା ୩ ଦିନ ମଧ୍ୟରେ ସାରା ଓଡ଼ିଶାରେ ରାତିର ତାପମାତ୍ରା ଧୀରେ ଧୀରେ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ବୋଲି ରବିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପୂର୍ବାନୁମାନ କରିଛି।
ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ରବିବାର ସକାଳେ ୭.୪ ଡିଗ୍ରି ସେଲସିୟସ୍ ସହିତ ପାହାଡ଼ିଆ ସ୍ଥାନ ଜି.ଉଦୟଗିରି ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଥିଲା। ସେହିପରି କୋରାପୁଟର ସେମିଲିଗୁଡ଼ାରେ ତାପମାତ୍ରା ୧୦.୨ ଡିଗ୍ରି ସେଲସିୟସ୍, ଫୁଲବାଣୀ ୧୦.୫ ଡିଗ୍ରି ସେଲସିୟସ୍, ରାଉରକେଲା ୧୧.୩ ଡିଗ୍ରି ସେଲସିୟସ୍ ଏବଂ ଝାରସୁଗୁଡା ୧୧.୮ ଡିଗ୍ରି ସେଲସିୟସ୍ ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ତାପମାତ୍ରା ୧୭.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ ୧.୮ ଡିଗ୍ରି ସେଲସିୟସ୍ କମ୍ ରହିଛି। ଗୋଟିଏ ଦିନ ତଳେ ଭୁବନେଶ୍ୱର ଏବଂ କଟକ ଟ୍ବିନ ସିଟିର ତାପମାତ୍ରା ଯଥାକ୍ରମ‌େ ୧୭.୧ ଡିଗ୍ରି ସେଲସିୟସ୍ ଏବଂ ୧୭ ଡିଗ୍ରି ସେଲସିୟସ୍‌କୁ ଖସି ଆସିଥିଲା।
୩ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ଥିବା ବେଳେ, ଫେବ୍ରୁଆରି ୧୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହିତ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ ଏବଂ ବାଲେଶ୍ୱରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।
ଫେବ୍ରୁଆରି ୨୦ରେ ବର୍ଷାର ତୀବ୍ରତାରେ ସାମାନ୍ୟ ବୃଦ୍ଧି ଘଟିବ। ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଦେଓଗଡ, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଏବଂ ବାଲେଶ୍ବରରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଦେଓଗଡ, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡା, ସମ୍ବଲପୁର, ରାୟଗଡା, ଗଜପତି, ଗଞ୍ଜାମ ଏବଂ ବାଲେଶ୍ବରରେ ହାଲୁକା କିମ୍ବା ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଫେବ୍ରୁଆରି ୨୧ରେ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ‌ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା ଜାରି ରହିପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ad-week
Leave A Reply

Your email address will not be published.