ଡିଏସ୍‌ପିଙ୍କ ସମେତ ୨ ଜଣଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌

add-all

ଯାଜପୁର: ଟ୍ରକ୍‌ ଧକ୍କାରେ ଡିଏସ୍‌ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଡିଏସ୍‌ପି ଅଛନ୍ତି। ସେ ହେଲେ ବଳରାମ ନାୟକ। ଡିଏସ୍‌ପି ଶ୍ରୀ ନାୟକ କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ତାଙ୍କ ଘରୁ ଯାଜପୁର ଆସୁଥିଲେ। ସେ ଏକ କାର୍ଯ୍ୟକ୍ରମରେ ସନ୍ଧ୍ୟାରେ ଯୋଗ ଦେଇଥାନ୍ତେ।
ସୂଚନା‌ ଅନୁସାରେ ଡିଏସ୍‌ପି ବଳରାମ ନାୟକ ଆଜି ଅପରାହ୍ଣରେ ଘଟଗାଁସ୍ଥିତ ନିଜର ଘରୁ ଜଣେ ସଂପର୍କୀୟଙ୍କ ସହିତ ଯାଜପୁର ଯାଉଥିଲେ। ପାଣିକୋଇଲି ଥାନା କୃପାଳୁ ରାଇସ ମିଲ ନିକଟରେ ତାଙ୍କ କାରକୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ କାର୍‌ରେ ଥିବା ୨ ଜଣ ଗୁରୁତର ହୋଇଥିଲେ। ଉଭୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଦୁର୍ଘଟଣା ସଂପର୍କୀତ ସୂଚନା ପାଇ ଯାଜପୁର ଏସ୍‌ପି ୟସ ପ୍ରତାପ ଶ୍ରୀମଲ ଯଯାତି କେଶରୀ ମେଡିକାଲ କଲେଜରେ ପହଂଚି ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି।

ad-week
Leave A Reply

Your email address will not be published.