
ନବରଙ୍ଗପୁର : ନବରଙ୍ଗପୁର ସହର ର ସାଇ ନଗର ଏବଂ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଆଖ ପାଖ ଅଞ୍ଚଳରେ ଦୀର୍ଘ ଦିନ ହେବ, ଲାଗି ରହିଛି ଲୋ ଭୋଲ୍ଟେଜ ସମସ୍ୟା, ଯାହା ଫଳରେ ଘରେ ଥିବା ସମସ୍ତ ବୈଦ୍ୟୁତିକ ଜିନିଷ ନଷ୍ଟ ହେବା ସହ ଅକାମି ହୋଇ ପଡୁଛି, ଅନେକଙ୍କ ଘରେ ଲୋ ଭୋଲ୍ଟେଜ ସମସ୍ୟା ଯୋଗୁଁ ଟିଭି, ଫ୍ରିଜ, ଫ୍ୟାନ ପୋଡି ଯାଇଥିବାର ମଧ୍ୟ ଅଭିଯୋଗ ହେଇଛି, ବର୍ତମାନ ଠାରୁ ଏଭଳି ସମସ୍ୟା ଜାରି ରହିଲେ,ଆଗକୁ ଗ୍ରୀଷ୍ମ ଋତୁର ସମସ୍ୟା ଜଟିଳ ହେବ ଏବଂ ଏଭଳି ସ୍ଥିତିରେ ବରିଷ୍ଠ ନାଗରିକ ଏବଂ ଛୋଟ ଛୁଆ ଙ୍କୁ ଧରି ଘରେ ରହିବା ଅସମ୍ଭବ ହେଇପଡିବ ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି,ତେଣୁ ସାଇ ନଗର ଅଞ୍ଚଳର ଆର ସନ୍ତୋଷ, ଏ ନାଇଡ଼ୁ ,ଶରଣ କୁମାର, ଶ୍ରୀଦେବୀ, ରୋଜି ନରସିମ୍ହା ତାମଲ ସାହୁ, ପ୍ରମୁଖ ମିଶି ଟାଟା ପାୱାର କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ରାଉତ ଙ୍କୁ ଭେଟି ଶିଘ୍ର ସମସ୍ୟାର ସମାଧାନ କରିବା ନିମନ୍ତେ ଲିଖିତ ଅଭିଯୋଗ କରିଛନ୍ତି, ନିର୍ବାହୀ ଯନ୍ତ୍ରୀ ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଖବର ରୁ ପ୍ରକାଶ।