ଟେଣ୍ଡର ନ ହୋଇ ୧ କୋଟି ଟଙ୍କାର କାର୍ଯ୍ୟାଦେଶ…!

ବନ ବିଭାଗ ର ଦୁର୍ନୀତି ବାଟରୁ ଯାଇ ହାଟରେ ଗଡୁଛି…


ନୟାଗଡ଼: ଦୁର୍ନୀତି ରେ ଉବୁଟୁବୁ ନୟାଗଡ ଜିଲ୍ଲା ଯେଉଁଠି ହାତ ମାରିବ ସେଇଠି ପାଇବ ଦୁର୍ନୀତି ର ଗନ୍ଧ l ଜିଲ୍ଲା ପ୍ରଶାସନ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି l ସୂଚନା ଥାଉକି ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ବାଣ୍ଠପୁର ବରକନ୍ୟା ୱାଟର ଫଲ ପ୍ରକଳ୍ପରେ ବଡ଼ ଦୁର୍ନୀତିର ଅଭିଯୋଗ ଆସିଛି ।ଟେଣ୍ଡର ନ ହୋଇ ୧ କୋଟି ଟଙ୍କାର କାର୍ଯ୍ୟ କରାଯିବା ପରେ ବନ ବିଭାଗର ଗୁମର ଫିଟୁଛି। କାର୍ଯ୍ୟାଦେଶ ପାଇଥିବା ଠିକାଦାର ୧୮ ଲକ୍ଷ ବିଲ୍ କରିସାରିଥିବା ବେଳେ ଅବଶିଷ୍ଟ ୮୦ ଲକ୍ଷ ବିଲ୍ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।ମାତ୍ର ଲୋକ ଦେଖାଣିଆ ତଦନ୍ତ କରି ସବୁକିଛି ଠିକ ଚାଲିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି।ସୂଚନା ଅନୁଯାୟୀ ବାରକନ୍ୟା ୱାଟର ଫଲ ର ଆରଟିଆଇ ତଥ୍ୟରେ ମିଳିଥିଲା ଅଜବ ଉତ୍ତର ।ଆରଟିଆଇ କର୍ମୀ ଙ୍କୁ ତଥ୍ୟ ନାହିଁ କହି ରେଞ୍ଜର କାର୍ଯ୍ୟାଳୟ ପକ୍ଷରୁ ମନା କରାଯାଇଥିଲା । ବରକନ୍ୟା ଝରଣାର ଉନ୍ନୟନ ମୂଳକ କାର୍ଯ୍ୟର ଫାଇଲ, ଏଷ୍ଟିମେଟ ଆଦିକୁ ସରକାରୀ ସମୟସୀମା ବା ସରକାରୀ କାର୍ଯ୍ୟ ଦିବସରେ ଜାଣିବାକୁ ଆର୍ଟିଆଇ କର୍ମୀଙ୍କୁ ପରାମର୍ଶ ଦିଆଯାଇଥିଲା ।ପରବର୍ତ୍ତୀ

ସମୟରେ ନୟାଗଡର ଶେଖ୍ ଅବଦୁଲ ଆହଦ ମାଗିଥିବା ଆରଟିଆଇ ତଥ୍ୟରେ ବରକନ୍ୟା ଝରଣା ପାଇଁ ୧ କୋଟି ଟଙ୍କା ପଞ୍ଚରିଡା ରେଞ୍ଜରଙ୍କୁ ପ୍ରଦାନ କରାଯାଇଛି ।ମାତ୍ର କୌଣସି ଟେଣ୍ଡର ନକରି ଏଜେ ଏଣ୍ଟାରପ୍ରାଇଯେସ କଟକ କୁ କାର୍ଯ୍ୟାଦେଶ ଦିଆଯାଇଛି ।ଖଣ୍ଡପଡ଼ା ର ନିରଞ୍ଜନ ଦାସଙ୍କୁ ଆରଟିଆଇ ତଥ୍ୟ ମିଳିନଥିବା ବେଳେ ୧ କୋଟି ଟଙ୍କା ମଞ୍ଜୁର ହୋଇଥିବା ଓ ଟେଣ୍ଡର ହୋଇନଥିବା ନେଚର ଟ୍ରେଲରେ ବିଲ ହୋଇଥିବା ଦର୍ଶାଯାଇଛି । ମାତ୍ର ଶେଖ୍ ଅବଦୁଲ କୁହନ୍ତି ଯେ ଆରଟିଆଇ ରେ ଠିକରେ ତଥ୍ୟ ମିଲିନଥିଲେ ମଧ୍ୟ ନୟାଗଡ଼ ଡିଏଫଓ କହିବା ଅନୁଯାୟୀ ଡିଟେଲ ପ୍ରୋଜେକ୍ଟ ପାଇଁ୧୨ କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବ ରହିଛି ।ମାତ୍ର ୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ମଞ୍ଜୁର ଅର୍ଥର ୧୮ ଲକ୍ଷ ଵିଲ ହୋଇଥିବା ବେଳେ ଅବଶିଷ୍ଟ୮୦ ଲକ୍ଷ ନେବାକୁ କାର୍ଯ୍ୟ କରିଥିବା ସଂସ୍ଥା ଦାବି କରିବା ପରେ ଆରଟିଆଇ ତଥ୍ୟ ମାଗିବା ପରେ ସବୁ ଗୁମର ଫିଟୁଛି ।ପଞ୍ଚିରିଡା ରେଞ୍ଜର ଙ୍କୁ ଆର୍ଥିକ କ୍ଷମତାରୁ ହଟାଇ ନୟାଗଡ଼ ରେଞ୍ଜର ଙ୍କୁ ଏହି ପ୍ରକଳ୍ପର କାର୍ଯ୍ୟକୁ ତଦନ୍ତ କରି ଏଷ୍ଟିମେଟ୍ କରିବାକୁ କୁହାଯାଇଥିଲା ।ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ ଏହି ପ୍ରକଳ୍ପ କୁ ପଞ୍ଚରିଡ଼ା ରେଞ୍ଜର ଡିପାର୍ଟମେଣ୍ଟାଲି କରୁଥିଲେ ।କାମ ସରିଯାଇଥିଲେ ମଧ୍ୟ ବିଲ ପାଇନଥିବା ନେଇ ଠିକାସଂସ୍ଥା ଅଭିଯୋଗ ପରେ ବରକନ୍ୟା ୱାଟର ଫଲ ପ୍ରକଳ୍ପର ତଥ୍ୟ ମଗାଯାଇଛି । ଏନେଇ ନୟାଗଡ଼ ରେଞ୍ଜର ଅଶୋକ କୁମାର ବିଶ୍ବାଳ କହିଛନ୍ତି ବରକନ୍ୟା ୱାଟର ଫଲ ପ୍ରକଳ୍ପ ତଦନ୍ତ ଶେଷ ହୋଇ ଏଷ୍ଟିମେଟ ଚାଲିଛି । ମୋତେ ଆର୍ଥିକ ପାୱାର ମିଳିବାପରେ କାହାରିକୁ ବିଲ୍ ଦିଆଯାଇନାହିଁ । ଏଠାରେ ସୂଚନା ଥାଉକି ବନ ବିଭାଗ ର ଦୁର୍ନୀତି ବାଟରୁ ଯାଇ ହାଟରେ ଗଡୁଛି ପ୍ରତ୍ୟେକ ଦିନ ଏହିପରି ଅନେକ ଦୁର୍ନୀତି କୁ ନେଇ ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶ ପରେ ୧୮ ଜଣିଆ ଏକ ପ୍ରଶାସନିକ ଦଳ ଯାଞ୍ଚ ପାଇଁ ନୟାଗଡ ବନ ବିଭାଗ କୁ ଆସିଥିଲେ କିନ୍ତୁ ତାହାବି ଧର୍ମକୁ ଆଖିଠାର ସଦୃଶ୍ୟ ବୋଲି ସାଧାରଣ ରେ ଆଲୋଚନା ହେଉଛି l ରାଜ୍ୟ ସରକାର ସ୍ୱତନ୍ତ୍ର ଅଡିଟ ଏବଂ ଦୁର୍ନୀତି ନିବାରଣ ବିଭାଗ କଲେ ଅନେକ ଭଦ୍ର ମୂଖା ଧାରୀ ଅଫିସର ଙ୍କ ଗୁମର ଖୋଲିବ ବୋଲି ଅଭିଯୋଗ ହେଉଛି l

nis-ad
Leave A Reply

Your email address will not be published.