ନବଦାସ ଙ୍କୁ ହତ୍ୟା ପରେ, ଜୀବନକୁ ବାଜି ଲଗାଇ ବିନା ଅସ୍ତ୍ର ରେ ପୋଲିସ ଦେଉଛି ସୁରକ୍ଷା ….!

add-all

ମାଫିଆ ମାନଙ୍କ ପାଖରେ ମାଳ ମାଳ ମଉଜର ପୋଲିସ ହାତ ଖାଲି …?
ବ୍ରହ୍ମପୁର : ଓଡ଼ିଶା ଏବେ ଅପରାଧୀ ମାନଙ୍କ ହବ ପାଲଟି ସାରିଲାଣି। ଓଡ଼ିଶା ପୋଲିସ ର ଅସ୍ତ୍ର ବିରତି ସେମାନଙ୍କୁ ବେସ ସୁହାଉଛି । ସକ୍ରିୟ ଅପରାଧୀ ତତ୍ବ ପୋଲିସ କୁ ଚ୍ଯାଲେଞ ଦେଲେଣି। ମନ୍ତ୍ରୀ ନବ ଦାଶ ହତ୍ୟା ପରେ ପୋଲିସ ଏବେ ବିନା ଅସ୍ତ୍ର ରେ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ଭିଆଇପି ସୁରକ୍ଷା କାର୍ଯ୍ୟ କରୁଛନ୍ତି। ଅସ୍ତ୍ର ବିରତି ନିଷ୍ପତ୍ତି କାହା ସ୍ବାର୍ଥପାଇ । ଦେଶର ପ୍ରଧାନ ମନ୍ତ୍ରୀ ଙ୍କୁ ତାଙ୍କ ସୁରକ୍ଷା କର୍ମୀ ଗୁଳି କରି ହତ୍ୟା କରିବା ପରେ ମଧ୍ୟ ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥିଲା। ଶେରଗଡ଼ ଥାନା ଅଧିକାରୀ ଗତ ୨୦୧୨ ମସିହା ମାର୍ଚ୍ଚ ମାସ ରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଅପରାଧୀ ମାନେ ଅତି ନିକଟରୁ ଗୁଳି ମାରି ହତ୍ୟା କରିଥିଲେ।ସଵ ଇନିସ୍ପେକ୍ଟର ମନୋରଞ୍ଜନ ମିଶ୍ରଙ୍କୁ ହତ୍ୟା ପରେ ରାଜ୍ୟ ସରକାର ସଵ ଇନିସ୍ପେକ୍ଟର ମାନଙ୍କୁ ମାଉଜର ଯୋଗାଇ ଦେଇଥିଲା। ମନ୍ତ୍ରୀ ନବ ଦାଶଙ୍କୁ ହତ୍ୟା କରିବା ପରେ, ପ୍ରକୃତ ହତ୍ୟାକାରୀ ଏବେ ମଧ୍ୟ ସ୍ବଷ୍ଠ ଉନ୍ମୋଚନ ହୋଇପାରି ନାହିଁ । ଗପରେ ଗପରେ ପଡ଼ି ରହିଛି କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ। ଥାନା ବାବୁ ମାନଙ୍କ ନିକଟ ରେ ଆଉ ମାଉଜର ଏବେ ଦେଖିବାକୁ ମିଳୁନାହିଁ। ପୋଲିସ ଏବେ ବିନା ଅସ୍ତ୍ର ରେ ରାଜ୍ୟର ସୁରକ୍ଷା ଦାୟିତ୍ବ, ଫଳରେ ଅପରାଧତତ୍ତ୍ୱ ମାନେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଉଥିବା ଲକ୍ଷ କରାଯାଇଛି। ବର୍ତ୍ତମାନ ପରିସ୍ଥିତି ରେ ପୋଲିସ କୁ ପାଦେ ପାଦେରେ ବିପଦ ରହିଛି। ଚୋରା ମଦ, ଚୋରା ବାଲି ମାଫିଆ ମାନଙ୍କ ନିକଟରେ ଅତ୍ୟାଧୁନିକ ମାଉଜର ରହିଥିବା ବେଳେ ପୋଲିସ ବାବୁ ମାନେ ଖାଲି ହାତରେ ବୁଲୁଛନ୍ତି। ପୋଲିସ ହାତରେ ଅସ୍ତ୍ର ନଥିବା ଯୋଗୁଁ ମାଫିଆ ମାନଙ୍କ ମନରୁ ଏନ କାଉଣ୍ଟେର ଭୟ ଉଠି ଯାଇଛି।ଏହି ଘଟଣା କୁ ଘରୋଇ ବିଭାଗ ଗୁରୁତ୍ୱ ଦେଇ ପୋଲିସ ହାତରେ ପୂର୍ବ ଭଳି ଆଧୁନିକ ମାଉଜର ଯୋଗାଇଲେ ପୋଲିସ ର ମନ ବଳ ବଢିବ।

ad-week
Leave A Reply

Your email address will not be published.