ମାଲକାନଗିରି :ମାଣ୍ଡିଆ କିଣାରେ ବ୍ୟାପକ ଦୁର୍ନୀତିର ଛାପ..!

ବ୍ୟବସାୟୀ ହେଉଛନ୍ତି ଉପକୃତ, ଚାଷୀ ଏଠାରେ ଜଳକା…

ବ୍ୟବସାୟୀଙ୍କ ଘରେ ହେଉଛି ସରକାରୀ ବସ୍ତା ରେ ପ୍ୟାକିଂ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରାକୃତିକ ପରିବେଶ ରେ ପରିପୂର୍ଣ ଶଷ୍ୟ ଶ୍ୟାମଳରେ ଭରି ହୋଇ ରହିଛି ମାଲକାନଗିରି ଜିଲ୍ଲା । ସରକାରୀ ରିପୋର୍ଟ ମୁତାବକ ଜିଲ୍ଲାର ସାଟୋ ଗୋଟି ବ୍ଲକରେ ମଣ୍ଡିଆ ଚାଷକୁ ଅଗ୍ରଧିକାର ଭିତିରେ କରାଯାଉଥିବା ନଜିର ରହିଛି ।ସରକାରୀ ନଥି ହିସାବରେ ଜିଲ୍ଲାର ସର୍ବ ମୋଟ ୧୦୫୪୫ ଜଣ ମଣ୍ଡିଆ ଚାଷୀ ଥିବାବେଳେ ୫୫୦୦୦ କୁଇନ୍ଟାଲ ଟାର୍ଗେଟ ଲକ୍ଷ୍ୟ ରକ୍ଷା ଯାଇଛି । ଏହାର ବୀତିକ୍ରମ ଦେଖିବାକୁ ମିଳିଛି ଜିଲ୍ଲାର ମାଥିଲି ବ୍ଲକରେ ମାଣ୍ଡିଆ ଆଦାୟ ଲକ୍ଷ୍ୟ ୧୪୦୦୦ କୁଇନ୍ଟାଲ ରହିଥିବା ବେଳେ ସରକାରୀ ଭାବେ ଆଦାୟ ହୋଇଛି ୯୪୫୦ କୁଇନ୍ଟାଲ । ସରକାରୀ ଭାବେ ମଣ୍ଡିରେ ବିକ୍ରି କରି ଚାଷୀ ବେଶ ଦୁଇପଇସା ରୋଜଗାର କରୁଥିବା କୁହାଯାଉଛି। ହେଲେ ମାଣ୍ଡିଆ ମଣ୍ଡିରେ ବିକ୍ରି କରୁଥିବା ଚାଷୀଙ୍କ ବାସ୍ତବତା ବାବଦରେ ଅନୁଧ୍ୟାନ କରାଯିବା ପରେ ଯାହା ଉନ୍ମୋଚନ ହୋଇଛି ତାହା ଏକ ବଡ଼ଧରଣର ଦୁର୍ନୀତିକୁ ଇଙ୍ଗିତ କରୁଛି। ଗତ ଖରିଫ ଋତୁରେ ଏହି ବ୍ଲକର ବିଭିନ୍ନ ଅଞ୍ଛଳରେ ମୋଟ ୩ ହଜାର ୬୪ ହେକ୍ଟର ଚାଷ ଜମିରେ ମାଣ୍ଡିଆ ଚାଷ କରାଯାଇଥିବା ଦର୍ଶା ଯାଉଥିବା ବେଳେ ବାସ୍ତବରେ ଏହା ପ୍ରାୟ ଏକ ହଜାର ହେକ୍ଟରରେ ସୀମିତ ବୋଲି କୁହାଯାଉଛି। ସ୍ଥାନୀୟ ଅଞ୍ଛଳରେ କାର୍ଯ୍ୟରତ ଏଫପିସି ଜରିଆରେ ମାଥିଲି ବ୍ଲକ ଅନ୍ତର୍ଗତ ୭ ଟି ମଣ୍ଡିରେ ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ କରାଯାଉଛି। ହେଲେ ବାସ୍ତବ ଚାଷୀ ପରିବର୍ତେ ଚାଷୀଙ୍କ ଠାରୁ ଆବଶ୍ହକୀୟ କାଗଜ ପତ୍ର ନେଇ ନୂତନ କୃତିମ ଚାଷୀଙ୍କୁ ସ୍ରୁଷ୍ଟି କରାଯାଇ ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ କରାଯାଉଥିବା ଦେଖିବାକୁ ମିଳୁଛି। ଏପରିକି ମାଣ୍ଡିଆ ମଣ୍ଡି ପରିବର୍ତେ ମାଣ୍ଡିଆ ବ୍ୟବସାୟୀ ଓ ଦଲାଲ୍ ମାନଙ୍କ ଜରିଆରେ ମାଣ୍ଡିଆ କ୍ରୟ କରି ମଣ୍ଡିରେ ବିକ୍ରି କରିବା ଆଳରେ କୋଟି କୋଟି ଟଙ୍କା ଆତ୍ମସାତ୍ କରାଯାଉଥିବା ସ୍ଥାନୀୟ ଅଞ୍ଚଳର କିଛି ଚାଷୀ ନିଜ ନାମକୁ ଗୋପନ ରଖି କହିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ଅଞ୍ଚଳରେ ମଣ୍ଡିରେ ବିକ୍ରି ହେଉଥିବା ମାଣ୍ଡିଆ କୋରାପୁଟ ର ଲମତାପୁଟ ଓ ଆଖପାଖ ଅଞ୍ଚଳରୁ କୁଇଣ୍ଟାଲ କୁଇଣ୍ଟାଲ ମାଣ୍ଡିଆ ଅଣାଯାଇ ଭୂତ ଚାଷୀଙ୍କ ନାମରେ ବିକ୍ରି କରାଯାଉଥିବା କୁହାଯାଉଛି। ଅନ୍ୟପଟେ ଯେଉଁ ଚାଷୀଙ୍କ ନାମରେ ମାଣ୍ଡିଆ ମଣ୍ଡିରେ ମାଣ୍ଡିଆ ବିକ୍ରି କରାଯାଉଛି ସେମାନେ ଖରିଫ ଋତୁରେ ଅନ୍ୟ ଚାଷ କରିଥିବା ମଧ୍ୟ ନଜିର୍ ଅଛି। ଏପରି ସ୍ଥିତିରେ ଜିଲ୍ଲା ସ୍ତରରେ ଏକ ଟିମ୍ ଗଠନ କରି ମାଣ୍ଡିଆ ମଣ୍ଡି ଓ ଭାଗଚାଷୀଙ୍କ ସମ୍ପର୍କିତ ତଥ୍ୟର ଉପଯୁକ୍ତ ତଦନ୍ତ କଲେ ମାଣ୍ଡିଆ ମଣ୍ଡି ଗୁଡିକ ପରିଚାଳନା ଆଳରେ କୋଟି କୋଟି ଟଙ୍କାର ଦୁର୍ନୀତିର ଏକ ବଡ ଧରଣର ପର୍ଦ୍ଦାଫାସ ହେବ ବୋଲି ଅଂଚଳବାସୀ ଦାବୀ କରିଛନ୍ତି।

nis-ad
Leave A Reply

Your email address will not be published.