ଟାର୍ଗେଟରେ ଥିଲେ ଯବାନ: ବିସ୍ଫୋରକ ସହ ଧରାପଡ଼ିଲେ ମାଓବାଦୀ

add-all

ମାଲକାନଗିରି : ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ବିସ୍ଫୋରକ ସାମଗ୍ରୀ ସହ ଜଣେ ମାଓବାଦୀଙ୍କୁ ଗିରଫ କରିଛି। ସେ ହେଲେ ମୁଚାକି ଦେବା ।

ମାଓବାଦୀଙ୍କ ଉପସ୍ଥିତି ଖବର ପାଇ କୋଣ୍ଟା ପୋଲିସ ଓ ମୁରଲିଗୁଡା କ୍ୟାମ୍ପ ସିଆରପିଏଫ ଯବାନମାନେ ବେଲପୋଛା ଗ୍ରାମ ଅଭିମୁଖେ ସର୍ଚ୍ଚ ପାଇଁ ବାହାରିଥିଲେ। ଏହି ସମୟରେ ବେଲପୋଛା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ସନ୍ଦେହରେ ଗିରଫ କରିଥିଲେ। ପରେ ପଚରାଉଚୁରା କରିବାରୁ ଯୁବକ ଜଣକ ମୁଚାକି ଦେବା ବୋଲି ଜଣାପଡିଛି।

ସେ ମାଓବାଦୀ ସଂଗଠନର ମେହେଟା ଆରପିସିରେ ମିଲିସିଆ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନିକଟରୁ ୪ ଜିଲଟିନ ରଡ୍‌, ୪ ଡିଟୋନେଟର, ୧.୫ ମିଟର କଡେକ୍ସ ତାର ଓ ମାଓବାଦୀ ପୁସ୍ତିକା ଜବତ କରାଯାଇଛି। ଏହି ବିସ୍ଫୋଟକ ସାମଗ୍ରୀଗୁଡିକ ଯବାନମାନଙ୍କୁ ଟାର୍ଗେଟ କରି ଖଞ୍ଜିିବାକୁ ନେଉଥିବା ସେ ସ୍ବୀକାର କରିଥିଲେ। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୁକ୍‌ମା ପୋଲିସ ସୂତ୍ରରୁ ପ୍ରକାଶ ା

ad-week
Leave A Reply

Your email address will not be published.