୧୫ଦଫା ଦାବୀ ନେଇ ଓଡିଶା ମନରେଗା ଶ୍ରମିକ ୟୁନିୟନ ଗଞ୍ଜାମ ଜିଲ୍ଲା କମିଟି ଆନ୍ଦୋଳନ

add-all

ଛତ୍ରପୁର : ଶ୍ରମିକଙ୍କୁ କାମ ଯୋଗାଇ ଦେବା ରେ ବିଫଳ କାହିଁକି ଜବାବ ଦିଅ ଡବଲ ଇଂଜିନ ସରକାର… ମନରେଗା ମହାଦୁର୍ନୀତି କେବେ ବନ୍ଦ ହେବ ଜବାବ ଦିଅ ନାରାବାଜି ସହ ୧୫ ଦାବୀ ନେଇ ରାଜରାସ୍ତା କୁ ଓଲ୍ହାଇଛି ଓଡିଶା ମନରେଗା ଶ୍ରମିକ ୟୁନିୟନ ଗଞ୍ଜାମ ଜିଲ୍ଲା କମିଟି, ଏନେଇ ଶହ ଶହ ମହିଳା ଶ୍ରମିକ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦାନ କରିବା ସହିତ ଗଣ ଧାରଣା ଦେଇଛନ୍ତି, ଦୈନିକ ସର୍ବନିମ୍ନ ମଜୁରୀ ୭୦୦ଟଙ୍କା କୁ ବୃଦ୍ଧି ଏବଂ ପରିବାର ର ୨ଜଣ ସଦସ୍ୟ ନିଶ୍ଚିତ କାମ ଯୋଗାଇବା, ବର୍ଷସାରା କାମ ଯୋଗାଇ ଦେବା, ସ୍ୱତନ୍ତ୍ର କଲ୍ୟାଣ ବୋର୍ଡ ଓ ସାମାଜିକ ନିରାପତ୍ତା ପାଇଁ ସୁବ୍ୟବସ୍ଥା କରିବା, ୫୫ ବର୍ଷ ରୁ ଉର୍ଧ୍ଵ ବୟସ ର ଶ୍ରମିକ ପାଇଁ ମାସିକ ୧୦ହଜାର ଟଙ୍କା ପେନସନ ପ୍ରଦାନ କରିବା, ଶ୍ରମିକ ବିରୋଧୀ ୪ଗୋଟି ଶ୍ରମ ସହଂତି ପ୍ରତ୍ୟାହାର କରିବା ସମେତ ୧୫ ଗୋଟି ଦାବୀ ରହିଛି, ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି, ପ୍ରାରମ୍ଭ ରେ ସ୍ଥାନୀୟ ଡିଆରଡି ଛକ ଠାରୁ ଶ୍ରମିକ ଙ୍କୁ ସମ୍ମାନ ସହ କାମ ଯୋଗାଇବା ସହିତ ବିଭିନ୍ନ ସ୍ଲୋଗାନ ଦେଇ ଶ୍ରମିକ ମାନେ ଏକ ବିରାଟ ରାଲି ରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚିଥିଲେ, ଏହି ଦାବୀ ପତ୍ର ପ୍ରଦାନ ବେଳେ ଓଡିଶା ମନରେଗା ଶ୍ରମିକ ୟୁନିୟନ ର ଗଞ୍ଜାମ ଜିଲ୍ଲା ସଭାପତି ଶଙ୍କର ସାହୁ, ସମ୍ପାଦିକା ପି. ପାର୍ବତୀ ଙ୍କ ସମେତ ଶତାଧିକ ଶ୍ରମିକ ମାନେ ଉପସ୍ଥିତ ଥିଲେ |

ad-week
Leave A Reply

Your email address will not be published.