ମାଟ୍ରିକ୍ ପରୀକ୍ଷା ଦେବା ପୂର୍ବରୁ ଟଳି ପଡ଼ିଲେ ଛାତ୍ର

add-all

ସୋର: ଅଧା ରହିଗଲା ମାଟ୍ରିକ ପରୀକ୍ଷା। ପରୀକ୍ଷା ଦେବା ପୂର୍ବରୁ ଟଳି ପଡ଼ିଲେ ଛାତ୍ର। ବାହାନଗା ବ୍ଲକ ବରିପଦା ଗାଁରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୃତ୍ୟୁ। ହଠାତ୍ ପେଟ କାଟିବାରୁ ଅସୁସ୍ଥ ହୋଇ ତଳେ ପଡ଼ିଗଲେ ଛାତ୍ର। ସୋର ମେଡିକାଲରେ ଛାତ୍ରକୁ ମୃତ ଘୋଷଣା କଲେ ଡାକ୍ତର।

ସୂଚନା ଅନୁସାରେ ପରୀକ୍ଷା ଦେବାକୁ ବାହାରୁଥିବା ବେଳେ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ସୋର ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାରିପଦା ଗାଁର କୈଳାଶ ଚନ୍ଦ୍ର ମାଝୀଙ୍କ ପୁଅ ଚନ୍ଦ୍ରଶେଖର ମାଝୀ ନିକଟସ୍ଥ ଆରୁହାବାଡ଼ ହାଇସ୍କୁଲରେ ପଢନ୍ତି। ଗତ ତିନିଦିନ ତଳେ ଘର ପାଖରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ସେହିଦିନ ରାତିରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ।

ସେଠାରୁ ସାମାନ୍ୟ ସୁସ୍ଥତା ଅନୁଭବ କରିବା ପରେ ଘରକୁ ଯାଇଥିଲେ। ମାତ୍ର ପେଟ ବ୍ୟଥା କମିନଥିବା ବେଳେ ଆଜି ପରୀକ୍ଷା ଦେବା ପାଇଁ ବାହାରିବା ବେଳେ ଅଚାନକ ତଳେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ad-week
Leave A Reply

Your email address will not be published.