ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ: ପିସିସି ସଭାପତି

add-all

ଭୁବନେଶ୍ବର: ବିଜେପି, ବିଜେଡି ଭଳି ଆମ ପାଖରେ ପଇସା ନାହିଁ। ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ। ଆଜି ପିସିସି ସଭାପତି ଭାବେ ବିଧିବଦ୍ଧ ଦାୟିତ୍ବ ନେବା ପରେ ଏହା କହିଛନ୍ତି ଭକ୍ତ ଚରଣ ଦାସ। ସେ ଆହୁରି କହିଛନ୍ତି, ଜଣେ ପିସିସି ସଭାପତି ହେଲା ମାନେ ସିଏ ହିଁ ସବୁକିଛି, ତାହା ନୁହଁ ମତେ ଯିଏ ଯାହା କହୁ ସବୁ ଶୁଣିବାକୁ ମୁଁ ପ୍ରସ୍ତୁତ। ଲହୁ ଲୁହ ଦେଇ ଦଳକୁ ଆଗକୁ ନେବି। ସୋନିଆ ଗାନ୍ଧ ଓ ରାହୁଲ ଗାନ୍ଧୀ ବିଭିନ୍ନ ରାଜ୍ୟରେ ମୋତେ ବହୁ ବଡ଼ ଦାୟିତ୍ୱ ଦେଇଛନ୍ତି। ରାଜ୍ୟରେ ଦଳକୁ ସଂଗଠିତ କରି ତାଙ୍କ ଋଣ ଶୁଝିବି।

ଏଥିସହ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ମଧ୍ୟ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି, ଜଣେ ସଂଘର୍ଷକାରୀ ନେତାଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି। ସଶକ୍ତ ବିରୋଧୀ ଭାବେ କଂଗ୍ରେସ କାମ କରିବ। କିଷାନ, ଗରିବଙ୍କ କଥା କଂଗ୍ରେସ ଉଠାଇବ। ଏଥିସହ ଜିଲ୍ଲା କଂଗ୍ରେସ, ବ୍ଲକ କଂଗ୍ରେସକୁ ଗତିଶୀଳ କରାଯିବ। ୪ ବର୍ଷରେ ୩୬ ହଜାର ମହିଳା ଓ ୮୪୦୦ ଶିଶୁ ନିଖୋଜ ହୋଇଛନ୍ତି। ଏଥିସହ ମହିଳା ଶିଶୁ କୁଆଡ଼େ ଗଲେ ଗୃହ ମନ୍ତ୍ରୀ କେଉଁଠି ଶୋଇଛନ୍ତି ସେ ନେଇ ସେ ପ୍ରଶ୍ନ କରିଛନ୍ତି, ଖଣି ସମ୍ପଦର ଲୁଟ ହେଉଛି, ଲୋକଙ୍କ ସମସ୍ୟାକୁ ନେଇ ସଡ଼କରୁ ସଦନ ଯାଏ କଂଗ୍ରେସ ଲଢ଼େଇ କରିବ।

ad-week
Leave A Reply

Your email address will not be published.