ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା: କମିଟି ସାମ୍ନାରେ ହାଜର ହେଲେ ଅଚ୍ୟୁତ ସାମନ୍ତ

add-all

ଭୁବନେଶ୍ୱର: କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ଆତ୍ମହତ୍ୟା ଓ ପରବର୍ତ୍ତୀ ଛାତ୍ର ଅଶାନ୍ତି ବେଳେ ହଷ୍ଟେଲ ଅନ୍ତେବାସୀଙ୍କୁ ମାଡ଼ ମରାଯିବା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ବିଧାନସଭାରୁ ରାଜରାସ୍ତା ପର୍ଯ୍ୟନ୍ତ ସବୁଠି କିଟ୍‌ କର୍ତ୍ତୃପକ୍ଷଙ୍କୁ ଜୋର୍‌ଦାର୍‌ ବିରୋଧ କରାଯାଉଛି।କିଟ୍‌ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳ ଛାତ୍ରଛାତ୍ରୀଙ୍କ ସହ ଘଟିଥିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଆଜି କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଚ୍ଚସ୍ତରୀୟ କମିଟି ସାମ୍ନାରେ ହାଜର ହୋଇଛନ୍ତି |

ଏହାପୂର୍ବରୁ କିଟ କର୍ମଚାରୀ ଜୟନ୍ତୀ ନାଥ, ଆସୋସିଏଟ ପ୍ରଫେସର ମଞ୍ଜୁଷା ପାଣ୍ଡେ ହାଜର ହୋଇ ପକ୍ଷ ରଖିଥିଲେ | ସେହିପରି କମିଟି ଆଗରେ କିଟ ଭିସି ଓ ରେଜିଷ୍ଟ୍ରାର ବୟାନ ରେକର୍ଡ ପାଇଁ ହାଜର ହୋଇଥିଲେ | ଉଲ୍ଲେଖ ଥାଉ କି ଆଜି କମିଟି ପାଖରେ ହାଜର ହେବାକୁ ୮ ଜଣଙ୍କୁ ନୋଟିସ ଦିଆଯାଇଛି ।

କିଟ୍ କାଣ୍ଡରେ ଯାହାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେମାନଙ୍କୁ ପଚରାଉଚରା ପାଇଁ ଉଚ୍ଚସ୍ତରୀୟ କମିଟି ନୋଟିସ ପଠାଇଛି । କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ବିବାଦ ତେଜିବା ପରେ ସରକାର ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ ରାଜ୍ୟ ସରକାର । ଏବେ ସେହି ଉଚ୍ଚସ୍ତରୀୟ କମିଟି କିଟ କାଣ୍ଡର ଖୋଳତାଡ ଆରମ୍ଭ କରିଛି । 

ad-week
Leave A Reply

Your email address will not be published.