KIIT କର୍ତ୍ତୃପକ୍ଷ ଓ ନେପାଳ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି MEA

Independence

କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରାଳୟ (MEA) ମୁଖପାତ୍ର ରଣଧୀର ଜୟସୱାଲ । ଏହା ସହ ମୃତ ଛାତ୍ରୀଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । କହିଛନ୍ତି, ଭାରତ ସରକାର ଦେଶର ସମସ୍ତ ଆନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରଠାରୁ ଓଡ଼ିଶା ସରକାର ଏବଂ KIIT କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି ବୈଦେଶିକ ମନ୍ତ୍ରାଳୟ। ଏହା ସହ ଆମେ ନେପାଳ କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଯୋଗାଯୋଗ ରଖିଛୁ ବୋଲି କହିଛନ୍ତି ରଣଧୀର ଜୟସୱାଲ ।

ad-week
Leave A Reply

Your email address will not be published.