ଯୁବ ବ୍ୟବସାୟୀଙ୍କୁ ସୁଦୃଢ କରିବା ଦିଗରେ ନାନୋ ୟୁନିକର୍ନ ଯୋଜନା…

ମାଲକାନଗିରି, ୨୧/୨/୨୫: ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ତରଫରୁ ଜିଲ୍ଲା ପାଠାଗାର ଠାରେ ନାନୋ ୟୁନିକର୍ନ ଯୋଜନାରେ ହିତାଧିକାରୀଙ୍କ ଚୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ମନସ୍ଵି ସେଠୀଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଚୟନ ପ୍ରକିୟାରେ ଜିଲ୍ଲା ଶିଳ୍ପ ଅଧିକାରୀ , ଆଇ ଟି ଆଇ ପ୍ରିନ୍ସିପାଲ୍, ପଲିଟେକନିକ୍ ପ୍ରିନ୍ସିପାଲ୍, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ପ୍ରଶିକ୍ଷକ ଏବଂ ଟାଟା ଷ୍ଟ୍ରାଇଭ୍ ତରଫରୁ ମାନସ କୁମାର ଓ ସୌମ୍ୟ କୁମାର ଉପସ୍ଥିତ ଥିଲେ ।ଏହି ୧୧ ଜଣ ଉଦ୍ୟୋଗୀ ଏବେ ନିଜ ବ୍ୟବସାୟରେ ଆଗକୁ ଯିବାପାଇଁ ବାହାରିଛନ୍ତି ଓ ଏମାନେ ମଧ୍ୟ ଆଗକୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଆଗାମୀ ସମୟରେ ଅନ୍ୟ ଯୁବକମାନଙ୍କୁ ପ୍ରେରଣା ଦେବ ଓ ନୂତନ ଉଦ୍ୟୋଗୀ ସୃଷ୍ଟି କରିବ ବୋଲି ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୂଚନା ଦେଇଛନ୍ତି।
୩୦ ଜଣ ଆଶାୟୀ ଏହି କାର୍ଯ୍ୟକ୍ରମ ନିମନ୍ତେ ମନୋନୀତ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଚୟନ କରାଯାଇଥିଲା । ଖୁବ୍ ଶୀଘ୍ର ସେମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ।
ଏଥି ନିମନ୍ତେ ଟାଟା ଷ୍ଟ୍ରାଇଭ ଦ୍ବାରା
୧୦ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଦ୍ଵାରା ବ୍ୟବସାୟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରା ଯାଇଥିଲା , ଓ ବ୍ୟବସାୟୀ କିଭଳି ଭାବେ ଏକ ଭଲ ଯୋଜନା ପ୍ରସ୍ତୁତ କରି ବ୍ୟବସାୟ କରି ପାରିବେ ସେଥି ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଥିଲା ।
ସୂଚନା ଯୋଗ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ସଚିବ
ଉଷା ପାଢ଼ୀଙ୍କ ତତ୍ତ୍ଵାବଧାନରେ ୧୧/୦୩/୨୦୨୪ରେ ନାନୋ ୟୁନିକୋର୍ଣ୍ଣ ଯୋଜନା ର ଆରମ୍ଭ ହୋଇଥିଲା । ଯାହାର ଲକ୍ଷ୍ୟ ଥିଲା ନୂତନ ବ୍ୟବସାୟୀ ମାନଙ୍କୁ ପ୍ରୋତ୍ସାହନ ଦେବା ଓ ଯୁବ ବର୍ଗ କୁ ଦକ୍ଷ କରିବା ।ମୁଖ୍ୟତଃ ଗ୍ରାମୀଣ ଅଞ୍ଚଳ ଉପରେ ପ୍ରାଧାନ୍ୟ ଦେଇ ସେମାନଙ୍କ ଜୀବିକା କୁ ସୁଦୃଢ କରିବା । ଏହି ଯୋଜନା ମାଧ୍ୟମ ରେ ବଡ଼ ଧରଣ ର ପରିବର୍ତ୍ତନ ଆସିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ମାଧ୍ୟମ ରେ ବେକାରୀ ସମସ୍ୟା ଓ ଚାକିରି ପାଇଁ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେବା ଭଳି ସମସ୍ୟା ଗୁଡ଼ିକୁ ସମାଧାନ କରିପାରିବ।

ad-week
Leave A Reply

Your email address will not be published.