ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ରୋହି ଗାଁ ପଞ୍ଚାୟତ ପାଣ୍ଡିଆଝୋଳି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବିଶ୍ଵ ବନ୍ୟ ପ୍ରାଣୀ ଦିବସ ପାଳିତ ହୋଇ ଯାଇଛି । କାର୍ଯ୍ୟକ୍ରମ ରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଧୁ ଭୂଷଣ ରାଉତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମଣିଷ ସମାଜ ବନ୍ୟପ୍ରାଣୀ ଙ୍କୁ ସୁରକ୍ଷା ଦେବା ସହ ନିଜର କର୍ତ୍ତବ୍ୟ ପାଳନ ପାଇଁ ଛାତ୍ର ଛାତ୍ରୀ ଙ୍କୁ ଆହ୍ୱାନ ଦେଇଥିଲେ l ପରିଷଦର ସଭାପତି ସାଗର କୁମାର ପାତ୍ର ଓ କୋଷାଧକ୍ଷ ଧର୍ମରାଜ ପାତ୍ର ସ୍ଥାନୀୟ ଅଞ୍ଚଳରେ ଦେଖା ଯାଉଥିବା କୃଷ୍ଣସାର ମୃଗର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ l
ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବନ୍ୟ ପ୍ରାଣୀ ସୁରକ୍ଷା ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ବନ ରକ୍ଷୀ ପିଙ୍କି ସାହୁ, ସମ୍ପାଦକ ବିଜେନ୍ଦ୍ର ମାଝୀ, ବିଦ୍ୟାଳୟ ପରିଚାଳନା ସଭାପତି ରବୀନ୍ଦ୍ର ବିଷୋୟୀ,ସହକାରୀ ଶିକ୍ଷୟିତ୍ରୀ କ୍ଷୀରାବ୍ଧି ତନୟା ପାତ୍ର, ପ୍ରବୀଣା ଶତପଥୀ, ସିମାଞ୍ଚଳ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ
