ମଜୁରୀ ପାଇଁ ଶିକ୍ଷକ ଛୁଟି ଦରଖାସ୍ତ ଦେବା ଘଟଣା, ମିଳିଲା ବକେୟା ଦରମା

newyr25

ବଲାଙ୍ଗିର: ଖବର ବାଜିଲା ପରେ ଶିକ୍ଷକଙ୍କୁ ଦରମା ଦେବାକୁ ଶିକ୍ଷା ବିଭାଗର ଚେତା ପଶିଲା । ମଜୁରୀ ପାଇଁ ଶିକ୍ଷକ ଛୁଟି ଦରଖାସ୍ତ ଦେବା ଘଟଣାରେ ଶିକ୍ଷକଙ୍କୁ ବକେୟା ଦରମା ଦେଲା ଶିକ୍ଷା ବିଭାଗ । ୩୯୮ କୋଟି ୩୨ ଲକ୍ଷ ୮୨ ହଜାର ଟଙ୍କା ରିଲିଜ କଲା ବିଭାଗ । ପୁଇଁତଳା ବ୍ଲକର ୭୨ ଶିକ୍ଷକ ଦରମା ପାଇନଥିବା ଅଭିଯୋଗ ହୋଇଥିଲା । ଏହା ପରେ ଜଣେ ଶିକ୍ଷକ ମଜୁରୀ ପାଇଁ ପ୍ରଧାନ ଶିକ୍ଷକଙ୍କୁ ଛୁଟି ଆବେଦନ କରିଥିଲେ ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାର ପୁଇଁତଲା ବ୍ଲକର ବାନ୍ଧନବାହାଲ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ (ପୂର୍ବ କ୍ୟାଡର) ଭାବରେ କାର୍ଯ୍ୟ କରୁଥିବା ଜଣେ ଶିକ୍ଷକ ପ୍ରଭୁଦତ୍ତ ସାହୁ ଗତ ବୁଧବାର ଦିନ ସରକାରୀ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକଙ୍କୁ ଏକ ଛୁଟି ଆବେଦନ ଦାଖଲ କରିଥିଲେ । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପ୍ରଭୁଦତ୍ତ ଦରଖାସ୍ତରେ ଆବେଦନ କରିଥିଲେ ଯେ, ଗତ ତିନି ମାସ ଧରି ଦରମା ନ ପାଇବା ପରେ ତାଙ୍କର ଆର୍ଥିକ ଅବସ୍ଥା ଖରାପ ଆଡକୁ ଗତି କରୁଛି । ତେଣୁ ତାଙ୍କୁ ମୂଲ ଲାଗିବା ପାଇଁ ଫେବୃଆରୀ ୨୦ ତାରିଖ ଦିନକୁ ଛୁଟି ପ୍ରଦାନ କରାଯାଉ । ଯାହାକୁ ପ୍ରଧାନ ଶିକ୍ଷକ ମଞ୍ଜୁର ମଧ୍ୟ କରିଥିଲେ ।

ସେପଟେ ଏନେଇ ଚହଳ ପଡିବା ପରେ ସଫେଇ ଦେଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ଜିଲ୍ଲା ଶିକ୍ଷା ାଧିକାରୀଙ୍କ କହିବା ଅନୁସାରେ, ପ୍ରଭୁଦତ୍ତ ସାହୁଙ୍କ ଦରମା ତିନି ମାସ ନୁହେଁ ବରଂ ଦୁଇ ମାସ ଧରି ପଡ଼ି ରହିଛି । ଓଡ଼ିଶା ରାଜ୍ୟ ସହାୟକ ଶିକ୍ଷକ (ପୂର୍ବ କ୍ୟାଡର)ରେ ସାହୁ ଅନ୍ତରଭୁକ୍ତ । ଡିଗି ଓ୍ବେବସାଇଟରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ପୂର୍ବତନ କ୍ୟାଡରର ଶିକ୍ଷକଙ୍କ ଦରମା ଦେବାରେରେ ବିଳମ୍ବ ହୋଇଛି ।

Leave A Reply

Your email address will not be published.