କିଟ୍‌ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ଉଚ୍ଚସ୍ତରୀୟ କମିିଟି ସମ୍ମୁଖରେ ୬ କର୍ମଚାରୀ ହାଜର…

add-all

ଭୁବନେଶ୍ୱର : କିଟ୍‌ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଗୁରୁବାର ଉଚ୍ଚସ୍ତରୀୟ କମିିଟି ସମ୍ମୁଖରେ ୬ କର୍ମଚାରୀ ହଜାର ହୋଇଛନ୍ତି । ରାଜ୍ୟ ଅତିଥି ଭବନରେ ୬ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜେରା କରାଯିବ । କିଟ୍‌ ଇଣ୍ଟରନାଲ କମିଟି ମୁଖ୍ୟ, ସୁରକ୍ଷା ମୁଖ୍ୟ, ସହକାରୀ ନିର୍ଦ୍ଦେଶକ, ସିନିୟର ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ସହ ୬ ଜଣ ହାଜର ହୋଇଛନ୍ତି ।
ସୂଚନାନୁଯାୟୀ, କିଟ୍‌ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାକୁ ଗୁରୁତ୍ୱ ସହ ନେଲାଥିଲା ୟୁଜିସି। ଫେବୃଆରୀ ୨୫ ତାରିଖରେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏନେଇ ରିପୋର୍ଟ ମାଗିଥିଲା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-ୟୁଜିସି । ଛାତ୍ରୀଙ୍କ ମୃତ୍ୟୁ ଓ ପରବର୍ତ୍ତୀ ଘଟଣା କେମିତି ଘଟିଲା ସେନେଇ ରିପୋର୍ଟ ମଗାଯାଇଥିଲା। ୧୬-୧୭ ରାତିରେ କିଟ୍‌ରେ ଘଟିଥିବା ଘଟଣାକୁ ନେଇ ରିପୋର୍ଟ ତଲବ କରିଛି। ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି।

ବିଟେକ୍ ତୃତୀୟ ବର୍ଷର ସଂପୃକ୍ତ ଛାତ୍ରୀ ଜଣକ ନିଜର ପୁରୁଷ ବନ୍ଧୁଙ୍କ ନାଁରେ ପୂର୍ବରୁ ଚାରି ଚାରି ଥର ବିଶ୍ବବିଦ୍ୟାଳୟରେ ଥିବା ଇଣ୍ଟରନ୍ୟାସନାଲ୍ ରିଲେସନ୍ ଅଫିସରେ ଅଭିଯୋଗ କରିଥିଲେ। ଅପରପକ୍ଷେ ଛାତ୍ରୀ ଜଣକ ପ୍ରେମ ବ୍ୟାପାରରୁ ଆତ୍ମହତ୍ୟା କରିଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିବାବେଳେ ପୁଲିସ ସଂପୃକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.