ଲିଙ୍ଗରାଜ ମନ୍ଦିରରେ ସେବାୟତ ଖସିପଡିବା ଘଟଣା; ପ୍ରଶାସନକୁ ଦାୟୀ କଲେ ସେବାୟତଙ୍କ ପୁଅ…

add-all

ଭୁବନେଶ୍ୱର : ମହାଶିବରାତ୍ରୀରେ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ମହାଦୀପ ଉଠିବା ସମୟରେ ଘଟିଥିଲା ମହାଅଘଟଣ। ମହାଦୀପ ନେଇ ସେବାୟତ ମନ୍ଦିର ଉପରକୁ ଚଢିବା ବେଳେ ସେବାୟତ ଖସି ପଡିଥିଲେ। ସେବାୟତ ହେଉଛନ୍ତି ଯୋଗେନ୍ଦ୍ର ସମର୍ଥା। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱିନୀ ସମର୍ଥା। ଏହି ଅଘଟଣ ପାଇଁ ପ୍ରଶାସନ ଅବହେଳାକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପ୍ରଶାସନ ସେବାୟତଙ୍କ ପ୍ରତି ଧ୍ୟାନ ଦିଅନ୍ତୁ। ବାପା ଏବେ ସୁସ୍ଥ ଅଛନ୍ତି। ତାଙ୍କର ସିଟି ସ୍କାନ୍‌ ହେବ। ହାତରେ ଗରମ ଘିଅ ପଡ଼ିଯିବାରୁ ବାପା ଖସି ପଡିଥିଲେ। ମହାଦୀପରେ ଅଧିକ ଘିଅ ଥିବାରୁ ଢାଳି ଯାଇଥିଲା। ମହାଦୀପରେ ଘିଅ ପରିମାଣ କେତେ ରହିବ ପ୍ରଶାସନ ଦେଖିବା କଥା। ପ୍ରତିବର୍ଷ ବାପା ହିଁ ମନ୍ଦିର ଉପରକୁ ମହାଦୀପ ନେଇଯାନ୍ତି। ୨୫ରୁ ୩୦ ବର୍ଷ ମଧ୍ୟରେ କେବେ ଏଭଳି ଅଘଟଣ ଘଟିନଥିଲା। ଅଶ୍ୱିନୀଙ୍କ ବଡବାପାଙ୍କ ପୁଅ ମନ୍ଦିର ଚୂଡାକୁ ମହାଦୀପ ନେଇଥିଲେ। ଆମ ସେବାରେ ଜୀବନ ପ୍ରତି ବିପଦ ରହିଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ସକାଳୁ ରାତି ପର୍ଯ୍ୟନ୍ତ ଅନେକ ବିଭ୍ରାଟ ଘଟିଥିବା ଅଭିଯୋଗ ସହ ଅନେକ ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ ନକରି ଫେରି ଯାଇଛନ୍ତି । ଏହାସହ ଭିଆଇପି ପାସ୍‌ରେ ଜାଲିଜାତି ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ad-week
Leave A Reply

Your email address will not be published.