ମହିଳାଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌…

add-all

ବାସୁଦେବପୁର: ଭଦ୍ରକ ଜ଼ିଲ୍ଲା ବାସୁଦେବପୁର ନାୟକାଣିଡିହିରେ ବିଳମ୍ବିତ ରାତିରେ ଘରେ ପଶି ସଶସ୍ତ୍ର ଡକାୟତି ହୋଇଥିବାର ଖବର ମିଳିଛି। ମହିଳାଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ନାୟକାଣିଡିହି ଗାଁରେ ରାତି ପ୍ରାୟ ୨ଟା ବେଳେ ଦୁଇ ଜଣ ଲୁଟେରା ମୁହଁରେ କଳାମୁଖା ପିନ୍ଧି କମଳାକାନ୍ତ ସାହୁଙ୍କ ଘରେ ପଶିଥିଲେ। ଲୁଟ ସମୟରେ ବୋହୂ ଲକ୍ଷ୍ମୀପ୍ରିୟା ଉଠିବାରୁ ତାଙ୍କ ମୁଣ୍ତକୁ ଭୁଜାଲିରେ ହାଣି ପକାଇଥିଲେ। ଅନ୍ୟ ଜଣେ ବୋହୂ ଡାକ ପକାଇବାରୁ ଲୁଟେରାମାନେ ପଳାଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକ ଲକ୍ଷ୍ମୀପ୍ରିୟାଙ୍କୁ ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଲକ୍ଷ୍ମୀପ୍ରିୟାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.