୨୫ ଲକ୍ଷ ଟଙ୍କା ନଦେବାରୁ ଥାନା ଅଧିକାରୀଙ୍କ ନାରେ ମିଥ୍ୟା ଆରୋପ ! ଏତଲା ଦେଲେ ସମ୍ପର୍କୀୟ

ଜଗତସିଂହପୁର: କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼। ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି । କିନ୍ତୁ କିଛି କାହାଣୀ ଏପରି ହୋଇଥାଏ ଯାହାକୁ ଶୁଣି ଆପଣଙ୍କର ପ୍ରେମ ଉପରୁ ଭରଷା ଉଠିଯିବ । କେତେ ପ୍ରତିଶୃତି କେତେ ସ୍ୱପ୍ନ ଦେଖାଇ ପ୍ରେମ କରିଥିଲେ । କିନ୍ତୁ ଆଜି ସେ ସବୁ ମିଛ ହୋଇଯାଇଛି । ଆମେ କହୁଛୁ ଥାନା ଅଧିକାରୀ ଆଉ ତାଙ୍କ ପ୍ରେମିକା ହୋମଗାର୍ଡଙ୍କ କଥା । ଯେଉଁ ଘଟଣାରେ ପ୍ରତିଦିନ କିଛି ନା କିଛି ନୂଆ ନୂଆ କଥା ସାମ୍ନାକୁ ଆସୁଛୁ । ପ୍ରେମ ପରେ ପ୍ରତାରଣ ଦେଇ ଏବେ ହରଡ ଘଣାରେ ପୋଲିସ୍ ବାବୁ । ଶେଷରେ ମହିଳା ହୋମଗାର୍ଡ ଜଣକ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବା ସହିତ ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିଲେ ।

କୁଜଙ୍ଗ ଆଇଆଇସି ତପନ ନାହାକଙ୍କ ନାମରେ ଆସିଥିଲା ଏଭଳି ଏକ ସାଙ୍ଘାତିକ ଅଭିଯୋଗ । ତେବେ ଏହି ଘଟଣାରେ କୁଆଡେ ଜଗତସିଂହପୁର ସଦର ଥାନାରେ ପହଞ୍ଚିଲେ କୁଜଙ୍ଗ ଥାନା ଅଧିକାରୀ ତପନ କୁମାର ନାହକଙ୍କ ସମ୍ପର୍କୀୟ ଲକ୍ଷ୍ମୀକାନ୍ତ ଦାସ । ତପନ କୁମାର ନାହକଙ୍କ ବିରୋଧରେ ସଦର ଥାନା ହୋମଗାର୍ଡ କରିଥିବା ଅଭିଯୋଗ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି । ସଂପୃକ୍ତ ହୋମଗାର୍ଡ ୫୦ ହଜାର ଟଙ୍କା ଧାର ନେଇଥିବା ସେ ଅଭିଯୋଗ କରିଛନ୍ତି । ତପନ କୁମାର ନାହକ ପଇସା ମାଗିବାରୁ ସଂପୃକ୍ତ ହୋମଗାର୍ଡ ବିଭିନ୍ନ ପ୍ରକାର ମିଥ୍ୟା ଆରୋପ ଆଣୁଥିବା ସେ ଦର୍ଶାଇଛନ୍ତି । ଏହାସହ ହୋମଗାର୍ଡ ଜଣକ ତାଙ୍କୁ ବ୍ଲାକମେଲ କରିବା ସହିତ ୨୫ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି । ପଇସା ନ ଦେବାରୁ ବିଭିନ୍ନ ପ୍ରକାରର ମିଛ ଅଭିଯୋଗ କରିଛନ୍ତି ।

ସଂପୃକ୍ତ ମହିଳା ହୋମଗାର୍ଡ ୧୭ ମାର୍ଚ୍ଚ ୨୦୨୨ରେ ଜଣେ ଥାନା ଅଧିକାରୀଙ୍କୁ ଫସାଇ ଥିବା ଦର୍ଶାଯାଇଛି । ଗତକାଲି ତପନ କୁମାର ନାହକ ଆଳି ପିଙ୍ଗଲ ଜେଲ ଯିବା ସମୟରେ ସଂପୃକ୍ତ ହୋମ ଗାର୍ଡ ତାଙ୍କୁ ଧମକ ଦେଇଛନ୍ତି ଯାହା ସିସିଟିଭିରେ କଏଦ ଅଛି । କିଛି ଦିନ ପୂର୍ବରୁ କୁଜଙ୍ଗ ଥାନାରେ ମହିଳା ହୋମ ଗାର୍ଡ କାଣ୍ଡ କରିଥିବା ସିସିଟିଭିରେ କଏଦ ହୋଇଛି । ଏହି ଘଟଣାରେ ମୋଟାମୋଟି ଭାବରେ ୩ ରୁ ଅଧିକ ଥାନା ଅଧିକାରୀ ସଂପୃକ୍ତ ଅଛନ୍ତି । ମହିଳା ହୋମଗାର୍ଡ ଜଣକ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଛି ।

କିଏ ସତ କହୁଛି କିଏ ମିଛ? ଚାଲିଛି ଆରୋପ ପ୍ରତ୍ୟାରୋପ । ଯାହାର ଉଚିତ୍ ତଦନ୍ତ ହେବା ନିହାତୀ ଆବଶ୍ୟକ । ହେଲେ ପ୍ରକୃତ କଥା ହେଲାକି, ଆଜିକାଲି ଲଭ୍-ସେକ୍ସ-ଧୋକାକୁ ନେଇ ଅନେକ ଘଟଣା ସମାଜରେ ଘଟୁଛି ଆଉ ଏମିତି ଅନେକ ଯୁବକ ଯୁବତୀ ନ୍ୟାୟ ପାଇବା ପାଇଁ ଥାନାକୁ ଦୌଡୁଛନ୍ତି । କିନ୍ତୁ ଯଦି ନ୍ୟାୟ ଦେବା ପାଇଁ ନିଯୁକ୍ତ ହୋଇଥିବା କର୍ମଚାରି ଏଭଳି କର୍ମ କରନ୍ତି ତେବେ ସାଧାରଣ ଜନତା କେତେ ମାତ୍ରାରେ ଆଇନର ଶୃଙ୍ଖଳା ରକ୍ଷା କରିବେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

nis-ad
Leave A Reply

Your email address will not be published.